Categories: ଜାତୀୟ

ଦିଲ୍ଲୀରେ କୋଠା ଭୁଶୁଡ଼ି ୫ ମୃତ

ନୂଆଦିଲ୍ଲୀ,୨୬ା୧: ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଶନିବାର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଛାତ୍ରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଛାତ୍ରମାନଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ। ସେମାନଙ୍କ ଶିକ୍ଷକ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ୮ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିର୍ମାଣାଧୀନ ବିଲ୍ଡିଂରେ ଏକ କୋଚିଂ ସେଣ୍ଟର ଚାଲିଥିଲା। ଏବେ ବି ୩ ଜଣ ଛାତ୍ର ନିଖୋଜ ଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି। କୋଠା ଭୁଶୁଡ଼ିବା ଖବର ପାଇଁ ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ପହଞ୍ଚତ୍ଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share