Categories: ଜାତୀୟ

ଦିଲ୍ଲୀରେ କୃଷକଙ୍କ ରଣହୁଙ୍କାର

ନୂଆଦିଲ୍ଲୀ,୧୮।୯: କୃଷକ ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ଦିଲ୍ଲୀରେ ଗର୍ଜିବ ଭାରତୀୟ କୃଷକ ସଂଗଠନ। ଭାରତୀୟ କୃଷକ ସଂଗଠନ ନେତୃତ୍ୱରେ ହଜାର ହଜାର କୃଷକ ସହାରନପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରାରେ ଯିବେ। ଆଉ ଏହି ଯାତ୍ରାର ନାଁ ରହିଛି ‘କିଶାନ ମଜଦୁର ଯାତ୍ରା’। ଏହି ପଦଯାତ୍ରା ମଙ୍ଗଳବାର ମିରଠରୁ ଆରମ୍ଭ ହୋଇଥିବା ବେଳେ ବୁଧବାର ଗାଜିଆବାଦରେ ପହଞ୍ଚିଛି। ଏହାପରେ ଏହି ଯାତ୍ରା ନଏଡା ହୋଇ ହୋଇ ସେପ୍ଟେମ୍ବର ୨୧ରେ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ କୃଷକ ସଂଗଠନ ଏକ ୧୫ଦଫା ଦାବି ସମ୍ବଳିତ ପତ୍ର ରଖିବେ।

Share