Categories: ଜାତୀୟ

ଦିଲ୍ଲୀରେ କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ,୨।୮: ଦିନକୁ ଦିନ କଂଗ୍ରେସ ତା’ର ଶକ୍ତି ହରାଉଛି ବୋଲି ଆଲୋଚନା ହେଉଛି। କାରଣ ଲୋକ ସଭା ନିର୍ବାଚନ ପୂର୍ବରୁ ହେଉ ଅବା ପରେ କଂଗ୍ରେସର ନେତାମାନେ ଅନେକ ସମୟରେ ଦଳ ତ୍ୟାଗ କରୁଥିବା ଦେଖିବାକୁ ମିଳୁଛି। ଏପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦ ପାଇଁ ନାଁ ସ୍ଥିର ହୋଇ ନ ଥିବା ବେଳେ ଶୁକ୍ରବାର ଦିଲ୍ଲୀ କଂଗ୍ରେସର ଘନେନ୍ଦ୍ର ଭରଦ୍ୱାଜ ଏଏପିରେ ଯୋଗ ଦେଇଛନ୍ତି। କେବଳ ସେତିକି ନୁହେଁ ଭରଦ୍ୱାଜ ଏଏପିରେ ଯୋଗ ଦେବା ପରେ କହିଛନ୍ତି ଆସନ୍ତା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭୦ଟି ଆସନରେ ଏଏପି ବିଜୟଲାଭ କରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ସହ ଆଉ ୭ଜଣ କଂଗ୍ରେସ କର୍ମୀ ମଧ୍ୟ ଏଏପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।

Share