ଭୁବନେଶ୍ୱର,୯ା୪(ବ୍ୟୁରୋ): କୋଭିଡ-୧୯ ଏବେ ବିଶ୍ୱ ମହାମାରୀ ରୂପ ନେଇଥିବାବେଳେ ଏହାର କଡ଼ା ମୁକାବିଲା କରିବା ନିମନ୍ତେ ସମଗ୍ର ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଛି। ରୋଜଗାର ପାଇଁ ଯାଇ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ହଜାର ହଜାର ଓଡ଼ିଆ ଲକ୍ଡାଉନ୍ରେ ଫସି ରହି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥଳେ ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି। ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଦିଲ୍ଲୀ ଏନ୍ସିଆର୍ରେ ବାସ କରୁଥିବା ଓ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ବହୁ ଓଡ଼ିଆ ଶ୍ରମିକଙ୍କ ଅଧିକାର ନିମନ୍ତେ ଆଇନଗତ ସହାୟତା ପ୍ରଦାନ କରିବାକୁ ପଦକ୍ଷେପ ନେଇଛି। ଏଥିସହ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ରିଲିଫ୍ ଯୋଗାଇବା, ସେମାନଙ୍କ ଅଭିଯୋଗ ଶୁଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି। ଦିଲ୍ଲୀ ଏନ୍ସିଆର୍ରେ ଥିବା ଓଡ଼ିଆମାନଙ୍କୁ ଗତ ମାର୍ଚ୍ଚ ୩୦ରୁ ପ୍ରତିଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର, ସ୍କୁଲଗୃହ ଓ ବିଭିନ୍ନ ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ଶୁଖିଲା ରାଶନ ପ୍ୟାକେଟ ବଣ୍ଟନ କରାଯାଉଛି। ଏହି ସଂଗଠନ ଗୁରୁଗାଓଁ, ମନେସାର, ଫରିଦାବାଦ, ଭିୱାଡି, ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା, ଆୟାନଗର, ଉତ୍ତମନଗର, ପୀରାଗର୍ହି, କୋଟଲା, ନାଗଲୋଇ, ତୁଗଲକବାଦ ଓ ଦିଲ୍ଲୀର ଆଖପାଖ ଅଞ୍ଚଳର ପ୍ରାୟ ୩୨୫୦ ପରିବାରକୁ ଶୁଖିଲା ରାଶନ ଯୋଗାଇଦେଇଛି। ଏହାବ୍ୟତୀତ ଓଡ଼ିଆ ସମାଜ ପକ୍ଷରୁ ଏକ ଲିଗାଲଏଡ଼ ସେଲ୍ ଖୋଲାଯାଇଛି। ରୋଜଗାର ହରାଇଥିବା ଓଡ଼ିଆ ଶ୍ରମିକ ଓ ଘରଭଡ଼ା ଦେଇପାରୁ ନ ଥିବା ଓଡ଼ିଆ ପରିବାରକୁ ଘର ମାଲିକ ଘର ଛାଡ଼ିବାକୁ ଧମକ ଦେଉଥିବାରୁ ଏହି ଲିଗାଲଏଡ୍ ସେଲ୍ ସହଯୋଗ କରୁଛି। ଏନେଇ ଜିଲା ପ୍ରଶାସନ ସହ ଆଲୋଚନା ଜାରି ରଖିଛି। ଓଡ଼ିଆ ସମାଜ ପକ୍ଷରୁ ଜୋନାଲ ସଂଯୋଜକଙ୍କୁ ନେଇ ଗଠିତ ଏକ କମିଟିରେ ରବି ପ୍ରଧାନ, ମୀନକେତନ ମିଶ୍ର, ପି.କେ. ଦାଶ, ବିଦ୍ୟାଧର ସାହୁ, ଅଫିସାର ରାଉତ, ଉମାକାନ୍ତ ଦାସ ପ୍ରମୁଖ ରହିଛନ୍ତି। ଦିଲ୍ଲୀ ଏନ୍ସିଆର୍ରେ ୧୫ରୁ ୧୮ ଜଗନ୍ନାଥ ମନ୍ଦିର ଓ ବିଭିନ୍ନ ଓଡ଼ିଆ ସଂଗଠନ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ରୁ ୮୦ ଜଣ ସ୍ବତଃପ୍ରବୃତ୍ତ ଭାବେ ଆସି ଏହି ସେବାକାର୍ଯ୍ୟରେ ଓଡ଼ିଆ ସମାଜ ସହ ହାତ ମିଳାଇଥିବା ଏହାର ଟ୍ରଷ୍ଟି ହିରଣ୍ୟ ମହାନ୍ତି କହିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ରାତିରେ ଝିଅ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…
ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…
୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ
ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…
ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ
ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍ଏସ୍ଏସ୍ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…
କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା
ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…
ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…
ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…
ମହିଳା ସଂରକ୍ଷଣ ବିଲ୍କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍, କହିଲେ ଦେଶକୁ ଏକ ନୂଆ…
ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍ମିଟ୍ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…
ବୋଲେରୋ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ
ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…
Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ
ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…
Archives

