Categories: ଜାତୀୟ

ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ ୫୦ରୁ ଊର୍ଦ୍ଧ୍ୱ ଜନତା

ନୂଆଦିଲ୍ଲୀ,୧୬।୩: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସବୁ ଜିଲା ଅଧିକାରୀଙ୍କର ଏକ ବୈଠକ ଡାକିଥିଲେ। ଏହି ବୈଠକରେ କେଜରିଓ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଏଣିକି କୌଣସି ଧାର୍ମିକ, ରାଜନୈତିକ ଅବା ସାମାଜିକ କାର୍ଯ୍ୟରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ପାରିବେ ନାହଁ। ଯଦିଓ ବିବାହ ଭଳି କାର୍ଯ୍ୟକ୍ରମକୁ ଏଥିରୁ ବାଦ୍‌ ଦିଆଯାଇଛି ସେ କିନ୍ତୁ କହିଛନ୍ତି ବିବାହ ତାରିଖ ଆଉ କିଛି ଦିନ ଆଗକୁ ବଢାଇ ଦେଲେ ଭଲ। ଏହାସହ ଦିଲ୍ଲୀର ସମସ୍ତ ନାଇଟ୍‌ କ୍ଲବ, ସ୍ପା, ଜିମ୍‌ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାସହ ସହରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋର୍ଟେବଲ ହ୍ୟାଣ୍ଡଓ୍ବାସ ଷ୍ଟେଶନ ଲଗାଇବାକୁ କେଜରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ।

Share