ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ରାଇରଙ୍ଗପୁର,୨୯।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ (ମାନସିକ ଅନଗ୍ରସର) ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଜଣଙ୍କ ତାଙ୍କ ଭଉଣୀ ଘରେ ରହୁଥିଲେ। ମଙ୍ଗଳବାର ଭଉଣୀ ଓ ଭିଣୋଇ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ସୁଯୋଗରେ ଅଭିଯୁକ୍ତ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବାରୁ ପୋଲିସ ଏକ ମାମଲା(ନଂ.୩୧/୨୦୨୦) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ରାଇରଙ୍ଗପୁର ମେଡିକାଲରେ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି।