ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର : ଜଣେ ଗିରଫ

ମାଲକାନଗିରି,୪।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶୁକ୍ରବାର ରାତିରେ ଜଣକୁ ଗିରଫ କରିଛି । ସେ ହେଲେ ଜୟପୁର ଇରିଗେସନ କଲୋନୀର ଧନୁର୍ଜୟ ନାୟକ। ଧନୁର୍ଜୟ ଉକ୍ତ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରକୁ ଗତ ୨ ତାରିଖରେ ବୁଲିବାକୁ ଯାଇଥିଲେ। ତେବେ ନାବାଳିକାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ନିଶାସକ୍ତ ଅବସ୍ଥାରେ ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ମୁଦୁଲିପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁକରି ସ୍ବତନ୍ତ୍ର ଦଳ ଗଠନ କରିଥିଲା। ସେହିଦିନ ରାତିରେ ଅଭିଯୁକ୍ତଙ୍କୁ ଜୟପୁରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଶନିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମୁଦୁଲିପଡ଼ା ଥାନା ଭାରପ୍ରାପ୍ତ ନିରୀକ୍ଷକ ମାଧବ ବେହେରା କହିଛନ୍ତି।