ଦିବ୍ୟାଙ୍ଗ ଝି’ର ଉପରେ ବୁରୁଧ୍‌ ବାପର ବୋଝ୍‌

 

ବିନିକା,୨୪ା୩ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁାର ଶରତ ଦାଶକଁର ଝି’ ଶୁଭଙ୍କରୀ ଦାଶ(୩୮)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ସେ ଭଲ ଭାବେ କଥା କହି ନାଇଁ ପାରବାର, ସ୍ନାୟୁ ଦୁରବଲତା ଲାଗି ମୁଡ଼ ସବୁବେଲେ ଥରୁଛେ, ଠିକ୍‌ ହିସାବେ ଚାଲି ନାଇଁପାରବାର। ହେଲେ ଆଏଜ୍‌ ବି ଭତାକେ ଛାଡ଼ି ବାକି ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ରହିଥିବାର ସେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ସିଂଘିଯୁବା ଗଁାର ଶରତ ଦାଶ(୫୭)କଁର ପରିବାର କହେଲେ ୩ ଝି’ ଶୁଭଙ୍କରୀ(୩୮), ଝରଣା(୩୦), ସଂଗୀତା(୨୬)। ଆଏଜ୍‌କେ ୧୭ ବଛର ତଲେ ମାଏକିନା ଯାଜ୍ଞସେନୀ ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ସଁପତି କହେଲେ ୪ ଡେସିମିଲ ଘରଡିହ। ଶରତ ଡ୍ରାଇଭର କାମ୍‌ କରି ନିଜର କୁଟୁମ ପୁଷୁଥିଲେ। ଦୁଖସୁଖ କରି ମଝିଅଁା ଆର ସାନ ଝି’କେ ବିହାଚୁରା କରିଛନ୍‌। ହେଲେ ବଏସ୍‌ ଅଧ୍‌କା ହେଲାରୁ ସେ ଏଭେ ଗାଡ଼ି ଚଲେଇ ନାଇଁପାରବାର। ଏହେଦେ ଭିନ୍ନକ୍ଷମ ଝି’ ଶୁଭଙ୍କରୀକଁର ଉପରେ ନିରଭର କରି ଚଲୁଛନ୍‌। ଶୁଭଙ୍କରୀ ଜନ୍‌ମୁ ଦିବ୍ୟାଙ୍ଗ। ସେ ୫୦ ପରତିଶତ ଭିନ୍ନକ୍ଷମ ବଲି ପରମାନପତର ପାଇଛନ୍‌। ଶୁଭଙ୍କରୀ ଦିବ୍ୟାଙ୍ଗ ହେଲେ ବି ଯୁକ୍ତ ଦୁଇ ପାସ୍‌ କରିଛନ୍‌। ତାକର ତଲର ଦୁଇ ବହେନ୍‌ ବିହାଚୁରା ହେଇଥିଲାବେଲେ ନିଜେ ଦିବ୍ୟାଙ୍ଗ ବଲି ବହା ନାଇଁ ହେଇ। ଗଁାରେ ଛୁଆକେତେଟାକୁ ଟିଉସନ୍‌ ପଢ଼େଇ ଦୁଇପଏସା ରୁଜ୍‌ଗାର କରୁଛନ୍‌। ସେ କମାନିରେ ଦୁଇ ବାପ୍‌’ଝି ଦୁଖେକଷ୍‌ଟେ ଚଲୁଛନ୍‌। ହେଲେ ଦୁଖର କଥା ଭତା ୫ଶହକେ ଛାଡ଼ିଦେଲେ ଶୁଭଙ୍କରୀ ଆଏଜ୍‌ ବି ଖାଏଦ୍‌ ସୁରକ୍ଷା ଯୋଜନାରେ ରାଶନକାର୍ଡ, ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଶୁଭଙ୍କରୀ ଆଏଜ୍‌କେ ୩ ବଛର ତଲେ ପୁରବର ସୁବର୍ଣ୍ଣପୁର ଜିଲାପାଳ ଦାଶରଥି ଶତପଥୀକୁଁ ଭେଟି ଲିଖିତ ଅନୁରୋଧ କରିଥିଲେ। ହେଲେ ଆଏଜ୍‌ତକ ଇ ଦିଗେ ପରଶାସନ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ ବଲି ସେ କହିଛନ୍‌। ଇ ବାବ୍‌ଦେ ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ଅଶ୍ୱିନୀ ପାଣ୍ଡେକଁୁ ପଚ୍‌ରାଲାରୁ ଏହେଦ୍‌କା ତ କରୋନାର ମୁକାବିଲା, ସଚେତନତା ଲାଗି ବହୁତ୍‌ ଭିଡ଼ଭାଡ଼ରେ ଅଛୁଁ। ଦିନାକେତେ ଉତାରୁ ଶୁଭଙ୍କରୀକଁର ସବୁ ଦରକାରୀ କାଗଜପତର, ରିପୋର୍ଟ ଆନି ସରକାରୀ ନିୟମ ହିସାବେ ସୁବିଧା ସୁଯୋଗ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।