Categories: ଜାତୀୟ

ଦିବ୍ୟାଙ୍ଗକୁ ନିଜ ହାତରେ ଖୁଆଇଲେ ଯବାନ

ଶ୍ରୀନଗର,୧୪।୫: ଜମ୍ମୁ କାଶ୍ମୀର ଶ୍ରୀନଗରେ ଜଣେ ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯବାନ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଶ୍ରୀନଗରରେ ମୁତୟନ ଥିବା ସିଆରପିଏଫ ବରିଷ୍ଠ କନେଷ୍ଟବଳ ଇକବାଲ ସିଂହ ତାଙ୍କର ଖାଦ୍ୟକୁ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ନିଜ ହାତରେ ଖୁଆଇବା ସହ ମୁହଁ ପୋଛିବା  ଓ ପାଣି ପିଆଇ ଦେଉଥିବା ଦେଖିବାକୁ ମିଳିଛି। ଭିଡିଓଟି ଭାଇରାଲ ହେବା ପରେ ଯବାନଙ୍କ ଏହି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି। ଏହି ଭିଡିଓକୁ ଦେଖିବା ପରେ ଡିଆଇଜି ଇକବାଲଙ୍କ ଏହି କାମ ପାଇଁ ତାଙ୍କୁ ସମ୍ମାନିତ କରିଛନ୍ତି।

Share