ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍‌: ଗ୍ରାହକ ଅଳଙ୍କାର ଦେଖିବା ବେଳେ ଝାମ୍ପିନେଲେ ଦୁର୍ବୃତ୍ତ

ଧାମନଗର,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବଡବଜାରରେ ଥିବା ଏକ ଗହଣା ଦୋକାନରୁ ଶନିବାର ମଧ୍ୟାହ୍ନରେ ଲୁଟ୍‌ ହୋଇଛି । ଦୋକାନୀ ଜଣେ ଗ୍ରାହକଙ୍କୁ ସୁନା ଅଳଙ୍କାର ଦେଖାଉଥିବା ବେଳେ ୨ ଦୁର୍ବୃତ୍ତ ଦୋକାନ ଭିତରକୁ ପଶି ଆସିଥିଲେ। ଗ୍ରାହକ ଦେଖୁଥିବା ମଙ୍ଗଳସୂତ୍ର, ଚେନକୁ ଜଣେ ଦୁର୍ବୃତ୍ତ ଝାମ୍ପିନେଇ ଦୋକାନ ବାହାରକୁ ପଳାଇଥିଲେ। ବାହାରେ ବାଇକ୍‌ରେ ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତଙ୍କ ସହ ସେ ଫେରାର ହୋଇଯାଇଥିଲେ । ଦୋକାନରେ ରହିଯାଇଥିବା ଦୁର୍ବୃତ୍ତଙ୍କୁ ଦୋକାନୀ ଏବଂ ଉପସ୍ଥିତ ଗ୍ରାହକ କାବୁ କରିଥିଲେ। ଧାମନଗର ଥାନା ପୋଲିସ ଅଟକ ଦୁର୍ବୃତ୍ତଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି ।