Categories: ଜାତୀୟ

ଦିନ ଦ୍ୱିପ୍ରହରରେ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା: ୧୧ଲକ୍ଷ ଲୁଟ୍‌ କରି ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶ ଗୋରଖପୁର ଜିଲାର ବେଲିପାର ଅଞ୍ଚଳରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସୋମବାର ଦ୍ୱିପ୍ରହରରେ ବେଲିପାର ଥାନା ନିକଟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ମହରୋଲି ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହାପରେ ଟଙ୍କାରେ ଭର୍ତ୍ତି ଥିବା ବ୍ୟାଗ୍‌କୁ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ବ୍ୟାଗରେ ପ୍ରାୟ ୧୧ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

Share