ଦିନେ ରାହୁଲ ଗାନ୍ଧୀଙ୍କ ସହ ଆଫେୟାରକୁ ନେଇ ଥିଲେ ଚର୍ଚ୍ଚାରେ, ଏବେ ଏହି ବ୍ୟକ୍ତିଙ୍କୁ କଲେ ବିବାହ

ଲକ୍ଷ୍ନୌ,୨୪।୧୧: ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ ଅନୁଷ୍ଠିତ ହେବ। ଅଦିତି ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସାଇନିଙ୍କୁ ବିବାହ କରିଛନ୍ତି। ୨୦୧୭ ମସିହାରେ ଅଙ୍ଗଦ ଓ ଅଦିତି ବିଧାୟକ ହୋଇଥିଲେ ଓ ଉଭୟ ରାଜନୈତିକ ପରିବାରର। ୨୦୧୭ରେ ଅଙ୍ଗଦ ସିଂ ରାଜନୀତିରେ ପାଦ ଥାପି ଥିଲେ ଓ ଶହୀଦ ଭଗତ୍‌ ସିଂ ନଗରରୁ ବିଧାନସଭା ନିର୍ବାଚନରେ ଜିତିଥିଲେ। ସେହିପରି ଅଦିତି ସିଂ ଉତ୍ତରପ୍ରଦେଶର ଯୁବ ବିଧାୟକଙ୍କ ମଧ୍ୟରୁ ଜଣେ। ୨୦୧୭ରେ ସେ ରାୟବରେଲି ସଦର ସିଟ୍‌ରୁ ୯୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ଅଦିତିଙ୍କ ବାପା ଅଖିଳେଶ କୁମାର ସିଂ ରାୟବରେଲି ସିଟ୍‌ରୁ ପାଞ୍ଚ ଥର ନିର୍ବାଚନ ଜିତିଥିଲେ। ଅଦିତି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କ ନାଁକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଯୋଡା ହୋଇଥିଲା। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। କିନ୍ତୁ ଶେଷରେ ଏହା ଭୁଲ ପ୍ରମାଣିତ ହୋଇଛି।

Share