Categories: ଖେଳ

ଦିନିକିଆରେ ରୋହିତଙ୍କ ୯ ହଜାର

ବେଙ୍ଗାଲୁରୁ,୧୯।୧(ପି.ଟି.)- ଭାରତୀୟ ଓପନର ରୋହିତ ଶର୍ମା ରବିବାର ଦିନିକିଆ କ୍ରିକେଟରେ ୯ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ। ଅଷ୍ଟ୍ରେଲିଆ ବିପକ୍ଷରେ ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆର ପ୍ରଥମ ଓଭରରେ ସେ ଏହି ସଫଳତା ପାଇଥିଲେ। ସେ ୨୧୭ ଇନିଂସରେ ୯ ହଜାର ରନ୍‌ ପୂରଣ କରିଛନ୍ତି। ଅଧିନାୟକ କୋହଲି ୯ ହଜାର ରନ୍‌ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ। ସେ ୧୯୪ତମ ଇନିଂସରେ ଏହି ମାଇଲଷ୍ଟୋନ ଛୁଇଁଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ସଚିନ ତେନ୍ଦୁଲକର (୧୮,୪୨୬ ରନ୍‌), ସୌରଭ ଗାଙ୍ଗୁଲି (୧୧,୨୨୧), ରାହୁଲ ଡ୍ରାଭିଡ (୧୦,୭୬୮), ମହେନ୍ଦ୍ର ସିଂ ଧୋନୀ (୧୦,୫୯୯) ଓ ମହମ୍ମଦ ଆଝାରୁଦ୍ଦିନ (୯,୩୭୮)ଙ୍କ ଭଳି ଭାରତୀୟ କିମ୍ବଦନ୍ତୀ ଦିନିକିଆରେ ୯ ହଜାର ରନ୍‌ କରିସାରିଛନ୍ତି।

Share