Posted inଖେଳ

ଦିନିକିଆରେ କୋହଲି ନୁହେଁ, ସଚିନ ଗମ୍ଭୀରଙ୍କ ପସନ୍ଦ

ମୁମ୍ବାଇ,୨୧।୫(ପି.ଟି.): ଦିନିକିଆ ଫର୍ମାଟ ଦୃଷ୍ଟିକୋଣରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅପେକ୍ଷା କ୍ରିକେଟ ଆଇକନ ସଚିନ ତେନ୍ଦୁଲଙ୍କରଙ୍କୁ ପସନ୍ଦ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ସଚିନ୍‌ଙ୍କ କ୍ୟାରିୟର ଦୀର୍ଘ। ଦିନିକିଆରେ ମଧ୍ୟ ଏକାଧିକ ନିୟମରେ ପରିବର୍ତ୍ତନ ହୋଇଛି। ଏସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସଚିନ କୋହଲିଙ୍କ ଆଗରେ ରହିବେ ବୋଲି ଗମ୍ଭୀର କହିଛନ୍ତି।
୨୦୧୩ରେ ଅବସର ନେଇଥିବା ସଚିନ ୪୬୩ଟି ଦିନିକିଆ ଖେଳିଛନ୍ତି। ୪୯ଟି ଶତକ ହାସଲ କରିବା ସହ ସେ ୪୪.୮୩ ରନ ହାରରେ ସେ ୧୮, ୪୨୬ ରନ ସଂଗ୍ରହ କରିଛନ୍ତି। ଅପରକ୍ଷରେ କୋହଲି ୨୪୮ ଦିନିକିଆ ଖେଳି ୪୩ଟି ଶତକ ହାସଲ କରିବା ସହ ୫୯.୩୩ ରନହାରରେ ୧୧, ୮୬୭ ରନ ସଂଗ୍ରହ କରିଛନ୍ତି। ଗୋଟିଏ ଧଳା ବଲ୍‌ ଓ ଇନ୍‌ସାଇଡ୍‌ ସର୍କଲରେ ୫ ନୁହଁ ୪ ଫିଲ୍ଡର ନିୟମରେ ସଚିନ ଖେଳିଥିଲେ। ତେଣୁ ମୋ ସଚିନ ମୋର ପସନ୍ଦ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏବେ କିନ୍ତୁ ୨ଟି ଧଳା ବଲ୍‌ରେ ଓ ୩ଟି ପାଓ୍ବାର ପ୍ଲେ ସହିତ ଦିନିକିଆ ଖେଳାଯାଉଛି। ପ୍ରଥମ ପାଓ୍ବାର ପ୍ଲେ ୧ରୁ ୧୦ ଓଭର ମଧ୍ୟ ଲାଗୁ ହୋଇଥାଏ। ଏଥିରେ ୩୦ ୟାର୍ଡ ସର୍କଲ ବାହାରେ ୨ ଫିଲ୍ଡରଙ୍କୁ ଜଗିବାର ସୁଯୋଗ ଦିଆଯାଇଥାଏ। ସେହିପରି ଦ୍ୱିତୀୟ ପାଓ୍ବାରୀ ପ୍ଲେ ୧୦ରୁ ୪୦ ଓଭର ମଧ୍ୟରେ ନିଆଯାଇଥାଏ ଓ ଏଥିରେ ୪ ଫିଲ୍ଡରଙ୍କୁ ବାହାରେ ଫିଲ୍ଡିଂ କରିବାର ସୁଯୋଗ ଦିଆଯାଇଥାଏ। ସେହିପରି ତୃତୀୟ ତଥା ଅନ୍ତିମ ପାଓ୍ବାର ପ୍ଲେ ୪୦ରୁ ୫୦ ଓଭର ମଧ୍ୟରେ ଲାଗୁ କରିବାକୁ ହୋଇଥାଏ ଓ ଏଥିରେ ୫ ଫିଲ୍ଡରଙ୍କୁ ସର୍କଲ ବାହାରେ ଦାୟିତ୍ୱ ଦିଆଯାଇଥାଏ। ତେଣୁ ନିୟମରେ ଏହି ପରିବର୍ତ୍ତନ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି। ତେବେ ବିରାଟ କୋହଲିଙ୍କ ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ ହୋଇଛି ବୋଲି ସେ କହିଛନ୍ତି। ୨ଟି ନୂଆ ବଲ୍‌ରେ ରିଭର୍ସ ସୁଇଙ୍ଗ୍‌ ହେବ ନାହିଁ। ସ୍ପିନ୍‌ରଙ୍କୁ ମଧ୍ୟ ସେତେଟା ସହାୟତା ମିଳିବ ନାହିଁ। ପୁଣି ୫୦ ଓଭରରେ ୫ ଫିଲ୍ଡର ରହିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଧିକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ସଚିନଙ୍କ ସମୟରେ ଏକଦା ୨୩୦ରୁ ୨୪୦ ସ୍କୋର ବିଜୟ ପାଇଁ ଯଥେଷ୍ଟ ଥିଲା। ସେତେବେଳେ ଦିନିକିଆ କ୍ରିକେଟ ଭିନ୍ନ ଥିଲା ବୋଲି ଗମ୍ଭୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri