ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌ ଟି’ ପିଇଲେ କ୍ୟାନସରରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। ଏହାକୁ ନିୟମିତ ପିଇଲେ ମେଦବହୁଳତାରୁ ମୁକ୍ତି ମିଳେ। ଗ୍ରୀନ୍‌ ଟି’ରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ। ଦିନରେ ଅତି କମ୍‌ରେ ୨-କପ୍‌ ଗ୍ରୀନ୍‌ ଟି’ ପିଇବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। କେବଳ ସେତିକି ନୁହେଁ ଶରୀରରେ ଚର୍ବି କମ୍‌ କରିବା ସହିତ ହାର୍ଟ ସମସ୍ୟାର ନିରାକରଣ, ନିମ୍ନ-ରକ୍ତଚାପ, ଡାଇବେଟିସ୍‌, ଫୁଡ ପଏଜନିଂ, ଆର୍ଥାଇଟିସ୍‌ ରାଗୀଙ୍କ ପାଇଁ ଏହା ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।

Share