Categories: ଜାତୀୟ

ଦିଦିଙ୍କ ପାଖକୁ ‘ଗେଟ୍‌ ଓ୍ବେଲ୍‌ ସୁନ୍‌’ କାର୍ଡ ପଠାଇବ ଭାଜପା

କୋଲକତା,୩।୬: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ କରାଯାଉଛି। ଗତ ସପ୍ତାହରେ ଜୟ ଶ୍ରୀରାମ କାର୍ଡକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ମମତା ଦିଦି ମାନସିକସ୍ତରରେ ଅସୁସ୍ଥ ଥିବା ଦର୍ଶାଇ ଭାଜପା ‘ଗେଟ୍‌ ଓ୍ବେଲ୍‌ ସୁନ୍‌’ କାର୍ଡ ପଠାଇବାର ଯୋଜନା କରୁଛି। ଏନେଇ ଆସାନସୋଲ୍‌ ଏମ୍‌ପି ବାବୁଲ ସୁପ୍ରିୟୋ ସୂଚନା ଦେଇଛନ୍ତି। ମମତା ଜଣେ ଉଚ୍ଚକୋଟୀର ବରିଷ୍ଠ ନେତ୍ରା। ତେବେ ତାଙ୍କର ବ୍ୟବହାରରୁ ଜଣାପଡୁଛି ବୋଧ ହୁଏ ସେ ମାନସିକସ୍ତରରେ ସୁସ୍ଥ ନୁହଁନ୍ତି। ବାବୁଳ ସୁପ୍ରିୟୋଙ୍କ ଏହି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Share