Categories: ଜାତୀୟ

ଦିଦିଙ୍କ ନିଦ ହଜିଯାଇଛି: ମୋଦି

ବୁନିଆଦପୁର,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ (ସ୍ପିଡ୍‌ ବ୍ରେକର ଦିଦି)ଙ୍କ ନିଦ ହଜିଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି। ଦକ୍ଷିଣ ଦିନାଜପୁର ଜିଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦି କହିଥିଲେ, ତୃଣମୂଳ କଂଗ୍ରେସ ନେତ୍ରୀ ମା, ମାଟି ଓ ମାନୁଷ ସ୍ଲୋଗାନ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଦୁଇ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଯେଉଁଭଳି ଖବର ପ୍ରକାଶ ପାଉଛି ତାହା ଦିଦିଙ୍କ ନିଦ ହଜାଇଦେଲାଣି। ବର୍ବରତା, ଲୋକଙ୍କ ଅର୍ଥ ହଡପ କରିବା ଏବଂ ବିକାଶକୁ ବାଧାଦେବାର ପରିଣାମ ମେ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମମତା ଜାଣିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share