Categories: ଜାତୀୟ

ଦିଗ୍‌ବିଜୟଙ୍କ ବିରୋଧରେ ମାନହାନି ମକଦ୍ଦମା କରିବ ବଜରଙ୍ଗ ଦଳ

ଭୋପାଳ,୧।୯:କଂଗ୍ରେସର ରାଜ୍ୟ ସଭା ସାଂସଦ ଦିଗବିଜୟ ସିଂହ ଭାଜପା ଏବଂ ବଜରଙ୍ଗ ଦଳ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇଠାରୁ ଟଙ୍କା ନେଉଛନ୍ତି ଅଭିଯୋଗ କରିଛନ୍ତି। ଦିଗ୍‌ବିଜୟଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ବଜରଙ୍ଗ ଦଳ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବ ବୋଲି ଘୋଷଣା କରିଛି। ଦଳର ରାଷ୍ଟ୍ରୀୟ ସଂଯୋଜକ ସୋହନ ସୋଲାଙ୍କି କହିଛନ୍ତି, ଦିଗ୍‌ବିଜୟଙ୍କ ମନରେ ସବୁବେଳେ ହିନ୍ଦୁ ବିରୋଧୀ ଚିନ୍ତାଧାରା ରହିଆସିଛି। ଆମ ଦଳ ସବୁବେଳେ ଦେଶ ପାଇଁ କାମ କରେ। ତେଣୁ ଏଭଳି ଅଭିଯୋଗ ଭିତ୍ତିହୀନ। ସୂଚନାଯୋଗ୍ୟ, ଭିଣ୍ଡଠାରେର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଦିଗବିଜୟ କହିଥିଲେ, ଭାଜପା ଏବଂ ବଜରଙ୍ଗ ଦଳ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇଠାରୁ ଟଙ୍କା ନେଉଛନ୍ତି। ଅଣମୁସଲମାନ ଲୋକ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ଏଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ।

Share