Categories: ଜାତୀୟ

ଦିଗ୍‌ବିଜୟଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୮।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ନାଁରେ ଏକ ମାନହାନି ମାମଲା ରୁଜୁ କରାଯାଇଛି। ଭାଜପା ଓ ବଜରଙ୍ଗ ଦଳ ପାକିସ୍ତାନୀ ଆଇଏସ୍‌ଆଇ ଠାରୁ ଟଙ୍କା ଆଣୁଥିବା ନେଇ ଦିଗ୍‌ବିଜୟ ଏକ ବୟାନ ଦେଇଥିଲେ। ଏହି ବୟାନ ଆଧାରରେ ଏବେ ତାଙ୍କ ନାଁରେ ମାନହାନି ମାମଲା ହୋଇଥିବା ସୂଚନା ମିଳିଛି। ଅକ୍ଟୋବର ୯ରେ ଏହି ମାମଲାର ବିଚାର କରାଯିବ।

Share