ନୟାଗଡ଼ ଅଫିସ,୩୧।୭(ରଞ୍ଜନ କୁମାର ପ୍ରଧାନ)-କଳା,ସଂସ୍କୃତି ଓ ଐତିହ୍ୟର ପୀଠ ନୟାଗଡ଼ ଜିଲା । ଦଣ୍ଡନାଚ, ବାଉଁଶରାଣୀ, ପାଲା , ଦାସକାଠିଆ, ଚଢ଼େୟା ଚଢ଼େୟାଣୀ ଭଳି ୧୪ ପ୍ରକାର ଲୋକକଳା ଆପଣେଇଛନ୍ତି ଜିଲାର କଳାକାର। ହେଲେ ଏହି କଳାକାରମାନେ କିନ୍ତୁ ଉପେକ୍ଷିତ। ସେମାନେ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ବିଭିନ୍ନ ନାମକରା କଳାକାରମାନେ ଥିଲେ ମଧ୍ୟ ଜିଲା ଭିତରେ ସୀମିତ ରହିଛି ସେମାନଙ୍କର କଳା ପ୍ରଦର୍ଶନ । ସୁଯୋଗ ଅଭାବରୁ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ କଳାକାର ସଂଘ ଜିଲା ବାହାରକୁ ଯାଇ ସେମାନଙ୍କର କଳା ପ୍ରଦର୍ଶନ କରି ପାରିନାହାନ୍ତି। ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ନାଠିଆପଲ୍ଲୀ ଗ୍ରାମରେ ବାଉଁଶରାଣୀ କଳାକାରମାନେ ଅଛନ୍ତି। ସେମାନେ ନିଜ ଉଦ୍ୟମରେ ରାଜ୍ୟ ବାହାରକୁ ଯାଇ ସେମାନଙ୍କ କଳା ପ୍ରଦର୍ଶନ କରୁଥିବା ବେଳେ ଜିଲା ତରଫରୁ ସେମାନଙ୍କୁ କୌଣସି ପ୍ରୋତ୍ସାହନ ଦିଆ ଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଅନ୍ୟ କଳାକାରମାନେ କେବଳ ବର୍ଷର ଶେଷ ଆଡ଼କୁ ଡିସେମ୍ବର ମାସରେ ଅନୁଷ୍ଠିତ ଜିଲା ମହୋତ୍ସବରେ ସେମାନଙ୍କ କଳା ପରିବେଷଣ କରିଥାନ୍ତି।
କଳାକାରମାନଙ୍କୁ ନେଇ ବିଭିନ୍ନ ସଂଘ ଗଠନ କରାଯାଇଛି। ଜିଲାରେ ୪୦୦ କଳାକାର ସଂଘ ଗଠନ କରାଯାଇଥିବା ବେଳେ ଏଥିରେ ୩୯୫୧ ଜଣ କଳାକାର ସଦସ୍ୟ ଅଛନ୍ତି। ସେମାନେ ୧୪ଟି ବିଭିନ୍ନ ବିଭାଗରେ କଳା ପ୍ରଦର୍ଶନ କରୁଛନ୍ତି। ଜିଲା କଳାକାର ସଂଘ ଗଠନ କରାଯାଇଥିବା ବେଳେ ପ୍ରତି ବ୍ଲକରେ ବ୍ଲକ କଳାକାର ସଂଘ ଗଠନ କରାଯାଇଛି। ଜିଲାପାଳ ଜିଲା କଳାକାର ସଂଘରେ ଅଧ୍ୟକ୍ଷ ହୋଇଥିବା ବେଳେ ଅତିରିକ୍ତ ଜିଲାପାଳ ଉପାଧ୍ୟକ୍ଷ ଅଛନ୍ତି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲା ସଂସ୍କୃତି ଅଧିକାରୀ ସମ୍ପାଦକ ଅଟନ୍ତି। ୮ ଜଣ ବରିଷ୍ଠ କଳାକାର ପ୍ରତି ବ୍ଲକର ଉପସଭାପତି ରହିଛନ୍ତି। ଏହି ୮ ଜଣଙ୍କ ମଧ୍ୟରୁ ଜଣେ କଳାକାର ଜିଲା ସଂଘର ଉପସଭାପତି ହୁଅନ୍ତି। ବିଡ଼ିଓ ବ୍ଲକ କଳାକାର ସଂଘର ଅଧ୍ୟକ୍ଷ ହୋଇଥିବା ବେଳେ ଜଣେ ମନୋନୀତ କଳାକାର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥାନ୍ତି।
ଯେ, ପ୍ରତି ୩ ବର୍ଷରେ ଥରେ ବୈଠକ ବସି ସମ୍ପାଦକ ପଦବୀରେ ପରିବର୍ତ୍ତନ ହେବା ସହିତ ବିଭିନ୍ନ ଆଲୋଚନା ହୋଇଥାଏ। ହେଲେ ଜିଲାର କୌଣସି ବ୍ଲକରେ ବିଗତ ୫ ବର୍ଷ ହେଲା ବୈଠକ ବସି ନାହିଁ କି ସମ୍ପାଦକମାନେ ପରିବର୍ତ୍ତନ ହୋଇନାହାନ୍ତି। ଫଳରେ କଳାକାର ସଂଘ କିପରି ଭାବେ ପରିଚାଳିତ ହେଉଥିବ ତାହା ସହଜରେ ଅନୁମେୟ। ଅନ୍ୟପକ୍ଷେ ୨୦୧୪ରେ ରାଜ୍ୟ ସରକାର ଜିଲା କଳାକାର ସଂଘକୁ ୫ ଲକ୍ଷ ଓ ବ୍ଲକ କଳାକାର ସଂଘକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦେଇଥିଲେ। ଉକ୍ତ ଟଙ୍କା ବ୍ଲକର କଳାକାରଙ୍କ ଦରକାର ସମୟରେ ଆସିବା ସହିତ ପରେ ସେମାନଙ୍କ ଠାରୁ ଅଣାଯାଇ ଆକାଉଣ୍ଟରେ ରଖାଯିବାର ବ୍ୟବସ୍ଥା ରହିଛି । ଏହା ପରେ ଉକ୍ତ ଟଙ୍କା ମାଧ୍ୟମରେ ପ୍ରତି ବ୍ଲକରେ କଳାକାରମାନେ ସୂଚନାଧର୍ମୀ କାର୍ଯ୍ୟକ୍ରମମାନ କରିବେ। ହେଲେ ବିଭିନ୍ନ ବ୍ଲକରେ କେଉଁ ବାଟେ ଏହି ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ ମୁିଳୁନାହିଁ। ଏପରିକି ଗଣିଆ ବ୍ଲକ କଳାକାର ସଂଘକୁ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ପାଇ ନ ଥିବା କହୁଛନ୍ତି। ଅନ୍ୟ ବ୍ଲକ କଳାକାର ସଂଘ ପକ୍ଷରୁ ୨ ଲକ୍ଷ ଟଙ୍କାର ୟୁସି ମଧ୍ୟ ଦାଖଲ କରାଯାଇନାହିଁ। ନୂଆ କଳାକାରମାନେ ବିଡିଓଙ୍କଠାରେ ସେମାନଙ୍କ ନାମ ପଞ୍ଜୀକୃତ କରାଇବା ପାଇଁ ନିୟମ ଥିବା ବେଳେ କୌଣସି କଳାକାର ପଞ୍ଜୀକୃତ ହୋଇ ନ ଥିବା ଜଣାପଡ଼ିଛି। କଳାକାରମାନେ କେଉଁଠି ସେମାନଙ୍କ ନାମ ପଞ୍ଜୀକୃତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି। ଜିଲାରେ ବର୍ତ୍ତମାନ ୧୦୪୨ ଜଣ କଳାକାର ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଉଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରତି ବ୍ଲକରେ ଥିବା କଳାକାର ସଂଘର କାର୍ଯ୍ୟକଳାପକୁ ବିଡିଓ ତଦାରଖ କରିବା କଥା, ହେଲେ ସମସ୍ତ ବ୍ଲକର ବିଡିଓ କୌଣସି ବୈଠକ ନ କରି ହାତ ଟେକି ଦେଇଛନ୍ତି। କାର୍ଯ୍ୟ ଚାପ ବାହାନାରେ କଳାକାରମାନଙ୍କ କାର୍ଯ୍ୟକୁ ଏଡାଇ ଦେଉଥିବା ଅଭିଯୋଗ ହେଉଛି। କଳାକାରମାନଙ୍କୁ ନେଇ ବିଭିନ୍ନ ବିଭାଗ ଆଇଇସି ଆକ୍ଟିଭିଟି ମାଧ୍ୟମରେ ସଚେତନତା କରାଇବା କଥା, ମାତ୍ର ସେହିଭଳି କିଛି ହେଉନାହିଁ। ଫଳରେ ଜିଲାରେ ଥିବା କଳାକାର ସଂଘ ଦିଗହରା ହୋଇଥିବା ନେଇ ଆଲୋଚନା ହେଉଛି। ଏ ନେଇ ଜିଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ତଥା ଜିଲା ସଂସ୍କୃତି ଅଧିତ୍କାରୀ ଡ. ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ସେ କୁହନ୍ତି, ବିଡିଓମାନେ କୌଣସି ବୈଠକ କରୁନାହାନ୍ତି, ତେବେ ଜିଲାର କଳାକାରମାନେ ବିଭିନ୍ନ ପ୍ଲାଟଫର୍ମରେ ସେମାନଙ୍କ କଳା ନୈପୁଣ୍ୟତାକୁ ପ୍ରଦର୍ଶନ କରୁଥିବା ସେ କହିଥିଲେ।
Posted inଆମ ଜିଲା ଖବର, ନୟାଗଡ଼ View All
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...
ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…
ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...
ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…
ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...
ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ…
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
Archives


