ନୟାଗଡ଼ ଅଫିସ,୩୧।୭(ରଞ୍ଜନ କୁମାର ପ୍ରଧାନ)-କଳା,ସଂସ୍କୃତି ଓ ଐତିହ୍ୟର ପୀଠ ନୟାଗଡ଼ ଜିଲା । ଦଣ୍ଡନାଚ, ବାଉଁଶରାଣୀ, ପାଲା , ଦାସକାଠିଆ, ଚଢ଼େୟା ଚଢ଼େୟାଣୀ ଭଳି ୧୪ ପ୍ରକାର ଲୋକକଳା ଆପଣେଇଛନ୍ତି ଜିଲାର କଳାକାର। ହେଲେ ଏହି କଳାକାରମାନେ କିନ୍ତୁ ଉପେକ୍ଷିତ। ସେମାନେ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ବିଭିନ୍ନ ନାମକରା କଳାକାରମାନେ ଥିଲେ ମଧ୍ୟ ଜିଲା ଭିତରେ ସୀମିତ ରହିଛି ସେମାନଙ୍କର କଳା ପ୍ରଦର୍ଶନ । ସୁଯୋଗ ଅଭାବରୁ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ କଳାକାର ସଂଘ ଜିଲା ବାହାରକୁ ଯାଇ ସେମାନଙ୍କର କଳା ପ୍ରଦର୍ଶନ କରି ପାରିନାହାନ୍ତି। ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ନାଠିଆପଲ୍ଲୀ ଗ୍ରାମରେ ବାଉଁଶରାଣୀ କଳାକାରମାନେ ଅଛନ୍ତି। ସେମାନେ ନିଜ ଉଦ୍ୟମରେ ରାଜ୍ୟ ବାହାରକୁ ଯାଇ ସେମାନଙ୍କ କଳା ପ୍ରଦର୍ଶନ କରୁଥିବା ବେଳେ ଜିଲା ତରଫରୁ ସେମାନଙ୍କୁ କୌଣସି ପ୍ରୋତ୍ସାହନ ଦିଆ ଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଅନ୍ୟ କଳାକାରମାନେ କେବଳ ବର୍ଷର ଶେଷ ଆଡ଼କୁ ଡିସେମ୍ବର ମାସରେ ଅନୁଷ୍ଠିତ ଜିଲା ମହୋତ୍ସବରେ ସେମାନଙ୍କ କଳା ପରିବେଷଣ କରିଥାନ୍ତି।
କଳାକାରମାନଙ୍କୁ ନେଇ ବିଭିନ୍ନ ସଂଘ ଗଠନ କରାଯାଇଛି। ଜିଲାରେ ୪୦୦ କଳାକାର ସଂଘ ଗଠନ କରାଯାଇଥିବା ବେଳେ ଏଥିରେ ୩୯୫୧ ଜଣ କଳାକାର ସଦସ୍ୟ ଅଛନ୍ତି। ସେମାନେ ୧୪ଟି ବିଭିନ୍ନ ବିଭାଗରେ କଳା ପ୍ରଦର୍ଶନ କରୁଛନ୍ତି। ଜିଲା କଳାକାର ସଂଘ ଗଠନ କରାଯାଇଥିବା ବେଳେ ପ୍ରତି ବ୍ଲକରେ ବ୍ଲକ କଳାକାର ସଂଘ ଗଠନ କରାଯାଇଛି। ଜିଲାପାଳ ଜିଲା କଳାକାର ସଂଘରେ ଅଧ୍ୟକ୍ଷ ହୋଇଥିବା ବେଳେ ଅତିରିକ୍ତ ଜିଲାପାଳ ଉପାଧ୍ୟକ୍ଷ ଅଛନ୍ତି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲା ସଂସ୍କୃତି ଅଧିକାରୀ ସମ୍ପାଦକ ଅଟନ୍ତି। ୮ ଜଣ ବରିଷ୍ଠ କଳାକାର ପ୍ରତି ବ୍ଲକର ଉପସଭାପତି ରହିଛନ୍ତି। ଏହି ୮ ଜଣଙ୍କ ମଧ୍ୟରୁ ଜଣେ କଳାକାର ଜିଲା ସଂଘର ଉପସଭାପତି ହୁଅନ୍ତି। ବିଡ଼ିଓ ବ୍ଲକ କଳାକାର ସଂଘର ଅଧ୍ୟକ୍ଷ ହୋଇଥିବା ବେଳେ ଜଣେ ମନୋନୀତ କଳାକାର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥାନ୍ତି।
ଯେ, ପ୍ରତି ୩ ବର୍ଷରେ ଥରେ ବୈଠକ ବସି ସମ୍ପାଦକ ପଦବୀରେ ପରିବର୍ତ୍ତନ ହେବା ସହିତ ବିଭିନ୍ନ ଆଲୋଚନା ହୋଇଥାଏ। ହେଲେ ଜିଲାର କୌଣସି ବ୍ଲକରେ ବିଗତ ୫ ବର୍ଷ ହେଲା ବୈଠକ ବସି ନାହିଁ କି ସମ୍ପାଦକମାନେ ପରିବର୍ତ୍ତନ ହୋଇନାହାନ୍ତି। ଫଳରେ କଳାକାର ସଂଘ କିପରି ଭାବେ ପରିଚାଳିତ ହେଉଥିବ ତାହା ସହଜରେ ଅନୁମେୟ। ଅନ୍ୟପକ୍ଷେ ୨୦୧୪ରେ ରାଜ୍ୟ ସରକାର ଜିଲା କଳାକାର ସଂଘକୁ ୫ ଲକ୍ଷ ଓ ବ୍ଲକ କଳାକାର ସଂଘକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦେଇଥିଲେ। ଉକ୍ତ ଟଙ୍କା ବ୍ଲକର କଳାକାରଙ୍କ ଦରକାର ସମୟରେ ଆସିବା ସହିତ ପରେ ସେମାନଙ୍କ ଠାରୁ ଅଣାଯାଇ ଆକାଉଣ୍ଟରେ ରଖାଯିବାର ବ୍ୟବସ୍ଥା ରହିଛି । ଏହା ପରେ ଉକ୍ତ ଟଙ୍କା ମାଧ୍ୟମରେ ପ୍ରତି ବ୍ଲକରେ କଳାକାରମାନେ ସୂଚନାଧର୍ମୀ କାର୍ଯ୍ୟକ୍ରମମାନ କରିବେ। ହେଲେ ବିଭିନ୍ନ ବ୍ଲକରେ କେଉଁ ବାଟେ ଏହି ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ ମୁିଳୁନାହିଁ। ଏପରିକି ଗଣିଆ ବ୍ଲକ କଳାକାର ସଂଘକୁ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ପାଇ ନ ଥିବା କହୁଛନ୍ତି। ଅନ୍ୟ ବ୍ଲକ କଳାକାର ସଂଘ ପକ୍ଷରୁ ୨ ଲକ୍ଷ ଟଙ୍କାର ୟୁସି ମଧ୍ୟ ଦାଖଲ କରାଯାଇନାହିଁ। ନୂଆ କଳାକାରମାନେ ବିଡିଓଙ୍କଠାରେ ସେମାନଙ୍କ ନାମ ପଞ୍ଜୀକୃତ କରାଇବା ପାଇଁ ନିୟମ ଥିବା ବେଳେ କୌଣସି କଳାକାର ପଞ୍ଜୀକୃତ ହୋଇ ନ ଥିବା ଜଣାପଡ଼ିଛି। କଳାକାରମାନେ କେଉଁଠି ସେମାନଙ୍କ ନାମ ପଞ୍ଜୀକୃତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି। ଜିଲାରେ ବର୍ତ୍ତମାନ ୧୦୪୨ ଜଣ କଳାକାର ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଉଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରତି ବ୍ଲକରେ ଥିବା କଳାକାର ସଂଘର କାର୍ଯ୍ୟକଳାପକୁ ବିଡିଓ ତଦାରଖ କରିବା କଥା, ହେଲେ ସମସ୍ତ ବ୍ଲକର ବିଡିଓ କୌଣସି ବୈଠକ ନ କରି ହାତ ଟେକି ଦେଇଛନ୍ତି। କାର୍ଯ୍ୟ ଚାପ ବାହାନାରେ କଳାକାରମାନଙ୍କ କାର୍ଯ୍ୟକୁ ଏଡାଇ ଦେଉଥିବା ଅଭିଯୋଗ ହେଉଛି। କଳାକାରମାନଙ୍କୁ ନେଇ ବିଭିନ୍ନ ବିଭାଗ ଆଇଇସି ଆକ୍ଟିଭିଟି ମାଧ୍ୟମରେ ସଚେତନତା କରାଇବା କଥା, ମାତ୍ର ସେହିଭଳି କିଛି ହେଉନାହିଁ। ଫଳରେ ଜିଲାରେ ଥିବା କଳାକାର ସଂଘ ଦିଗହରା ହୋଇଥିବା ନେଇ ଆଲୋଚନା ହେଉଛି। ଏ ନେଇ ଜିଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ତଥା ଜିଲା ସଂସ୍କୃତି ଅଧିତ୍କାରୀ ଡ. ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ସେ କୁହନ୍ତି, ବିଡିଓମାନେ କୌଣସି ବୈଠକ କରୁନାହାନ୍ତି, ତେବେ ଜିଲାର କଳାକାରମାନେ ବିଭିନ୍ନ ପ୍ଲାଟଫର୍ମରେ ସେମାନଙ୍କ କଳା ନୈପୁଣ୍ୟତାକୁ ପ୍ରଦର୍ଶନ କରୁଥିବା ସେ କହିଥିଲେ।
Posted inଆମ ଜିଲା ଖବର, ନୟାଗଡ଼ View All
କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ
ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ବାହାରେ ବୁଲିବା ପଡ଼ିଲା ମହଙ୍ଗା
ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…
କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ
ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…
ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…
ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ
ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
Archives

