ଦାୟିତ୍ୱ ଗ୍ରହଣ କଲେ ଅଗ୍ନିଶମ, ହୋମ୍‌ଗାର୍ଡ ଆଇଜି ଅସିତ୍‌ ପାଣିଗ୍ରାହୀ

କଟକ ଅଫିସ, ୨୭।୮: ଅଗ୍ନିଶମ ଓ ହୋମ୍‌ଗାର୍ଡ ନୁତନ ଆଇଜି ଭାବେ ଅସିତ୍‌ ପାଣିଗ୍ରାହୀ ସୋମବାର ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦବୀରେ କାର୍ଯ୍ୟରତ ଥିବା ରାଜେଶ କୁମାର ତାଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଅଗ୍ନିଶମ ଓ ହୋମ୍‌ଗାର୍ଡ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ନୂତନ ଆଇଜିଙ୍କୁ ସ୍ବାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଆଇଜି ଭାବେ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ତଥା ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ, ଆଇପିଏସ ଅଫିସର ଅସିତ ପୂର୍ବରୁ ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିସାରିଛନ୍ତି। ସେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆଇଜି ଭାବେ ଦାୟିତ୍ୱ ତୁଲାଇଥିବାବେଳେ କ୍ରାଇମବ୍ରାଞ୍ଚରେ ଆଇଜି ଭାବେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି।