Categories: ଜାତୀୟ

ଦାୟିତ୍ୱ ଗ୍ରହଣ କରିବା ପରେ ଭାଇଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରାୟ ୬ ବର୍ଷ ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଲା ନୂଆ ଅଧ୍ୟକ୍ଷ। ପୂର୍ବରୁ ଏହି ଆସନରେ ଏବେକାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଥିବା ବେଳେ ସୋମବାର ତାଙ୍କର କାର୍ଯ୍ୟକାଳ ସରିଛି। ସୋମବାର ଏହି ଆସନରେ ବସିବାକୁ ନିର୍ଦ୍ଦୋଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ଜୟ ପ୍ରକାଶ ନଡ୍ଡା। ସେ ସୋମବାର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦଳର ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କ ଭାଇଙ୍କୁ ଭେଟିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଅମିତ ଶାହା, ରାଜନାଥ ସିଂ, ନୀତିନ ଗଡକରୀ ପ୍ରମୁଖ ନଡ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share