ଦାରୁବିଗ୍ରହଙ୍କୁ ଲାଗି ହେଲା ତୁଳସୀ

ପୁରୀ ଅଫିସ, ୧୮ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଠାକୁରଙ୍କ ସେବା କରୁଛନ୍ତି। ଏଥିପାଇଁ ବିଭିନ୍ନ ଚେରମୂଳିରୁ ଶ୍ରୀଅଙ୍ଗ ସୁସ୍ଥ ଲାଗି ପଥି ପ୍ରସ୍ତୁତ କରାଯାଉଛି। ଏଥିମଧ୍ୟରେ ବଡ଼ଓଡ଼ିିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଦେଇଥିବା ଓଷୁଅ ଲାଗି ହେବା ପରେ ମଙ୍ଗଳବାର ଶ୍ରୀବିଗ୍ରହ ଚକାବିଜେ କରିଛନ୍ତି। ବୁଧବାର ଖଳିଲାଗି ଏକାଦଶୀ ତିଥିରେ ଅଣସର ଗୃହରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କୁ ପ୍ରଥମ ତୁଳସୀ ଲାଗି ହୋଇଛି। ଏଥିସହ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଏବଂ ଖଳି ମଧ୍ୟ ଲାଗି କରାଯାଇଛି।
ଏଥିପାଇଁ ଶ୍ରୀମନ୍ଦିର ପଟିଦିଅଁଙ୍କ ନିକଟରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ବଢିବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ବେହେରଣ ଦ୍ୱାରା ଖୋଲିଥିଲା। ଏହାପରେ ଅଣସର ଗୃହରେ ଥିବା ଚତୁର୍ଦ୍ଧାବିଗ୍ରହଙ୍କ ଅଣସର ନୀତି ଆରମ୍ଭ ହୋଇଥିଲା। ଶୁଦ୍ଧସୁଆରଙ୍କ ଘରୁ ଆସିଥିବା ଖଳି ଠାକୁରଙ୍କୁ ଲାଗି କରାଯିବା ସହିତ ରକ୍ତବସ୍ତ୍ର ଲାଗି କରାଯାଇଥିଲା। ପରେ ଚକଟା ଭୋଗ ଓ ପଣାଭୋଗ ହୋଇ ବେହେରଣ ଦ୍ୱାର ବନ୍ଦ ହୋଇଥିଲା। ଜୟ ବିଜୟ ଦ୍ୱାର ଖୋଲି ପଟିଦିଅଁଙ୍କ ନୀତି ଆରମ୍ଭ ହୋଇଥିଲା। ପଟିଦିଅଁଙ୍କ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ବଢିବା ପରେ ବେହେରଣ ଦ୍ୱାରା ଖୋଲିଥିଲା। ପଟିଦିଅଁ ସର୍ବାଙ୍ଗ ଆରମ୍ଭ ହୋଇଥିଲା। ଏହାସହିତ ଅଣସର ଗୃହରେ ବି ଚତୁର୍ଦ୍ଧାବିଗ୍ରହଙ୍କ ସର୍ବାଙ୍ଗ ହୋଇଥିଲା। ପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଖଣ୍ଡୁଆ, ରଙ୍ଗିନ ସୁଙ୍ଗନ୍ଧିତ ପୁଷ୍ପ ଏବଂ ତୁଳସୀ ଲାଗି କରାଯାଇଥିଲା। ବୁଧବାର ଅଣସର ଗୃହରେ ଚତୁର୍ଦ୍ଧାବିଗ୍ରହ ପ୍ରଥମ ତୁଳସୀ ଧାରଣ କରିଥିଲେ। ବୈଦ୍ୟ ସେବକଙ୍କ ଘରୁ ଆସିଥିବା ଦଶମୂଳକୁ ପତିମହାପାତ୍ର ସେବକ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କୁ ଲାଗି କରାଇଥିଲେ। ଗୁରୁବାର ଦ୍ୱାଦଶୀରେ ରାଜପ୍ରସାଦ ବିଜେ ନୀତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri