Categories: ଜାତୀୟ

ଦାରିଦ୍ର୍ୟ ଯୋଗୁ ନିଜ ପିଲାଙ୍କୁ ବନ୍ଧା ରଖି ଋଣ ଆଣୁଛନ୍ତି ଲୋକେ

ଶିବପୁରୀ,୯।୮: ଉତ୍ତର ପ୍ରଦେଶ ଶିବପୁରୀ ଜିଲାର ମୁଧେନି ଗାଁରେ ଦାରିଦ୍ର୍ୟତାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର ଲୋକେ ମେଷପାଳକଙ୍କ ପାଖରେ ନିଜ ପିଲାଙ୍କୁ ବନ୍ଧକ ରଖି ଋଣ ଆଣୁଥିବା ପ୍ରକାଶ କରିଛନ୍ତି। ଏହା ସେମାନଙ୍କର ଏକ ନିଶ୍ଚିତ ରୋଜଗାର ବୋଲି ସେମାନେ କହିଛନ୍ତି। ଏଠାକାର ଜଣେ ସ୍ଥାନୀୟ ବାସିନ୍ଦା କୈଳାସ କୁହନ୍ତି ସେ ତାଙ୍କ ପିଲାଙ୍କୁ ରାଜସ୍ଥାନର ମେଷପାଳକଙ୍କ ପାଖରେ ୬ ମାସ ପାଇଁ ବନ୍ଧକ ରଖି ଟଙ୍କା ଆଣିଛନ୍ତି। ଅନ୍ୟଜଣେ ମଧ୍ୟ ସେହି ସମାନ କଥା କୁହନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣ ଅଧିକାରୀଙ୍କୁ ଏସମ୍ପର୍କରେ ପଚାରିବାରୁ ସେମାନେ ଏହାକୁ ଖଣ୍ଡନ କରିଛନ୍ତି। ଏଭଳି ଅଭିଯୋଗ ଯଦି ଭବିଷ୍ୟତରେ ଆସେ ତେବେ ସେ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଏହାସହ ସ୍ଥାନୀୟ ଲୋକଙ୍କୁ ନ୍ୟାଶନାଲ ରୁରାଲ ଏମ୍ପ୍ଲଏମେଣ୍ଟ ଗ୍ୟାରେଣ୍ଟି ଆକ୍ଟ(ଏନ୍‌ଆର୍‌ଇଜିଏ)ବା ନରେଗା ଯୋଜନା ମାଧ୍ୟମରେ ସେମାନଙ୍କୁ ଏକ ସ୍ଥାୟୀ ରୋଜଗାର ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି।

Share