ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି କରୁଛି। ଅଞ୍ଚଳବାସୀଙ୍କୁ କଲବଲ କରୁଛି ଦୂଷିତ ପରିବେଶ। ଏବେ ଦାରିଙ୍ଗବାଡି ସହରର ଚାରି ପାଖେ କେବଳ ଅଳିଆ ଗଦା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ବିଭିନ୍ନ ଚାଷ ଜମି ସହ ଜଙ୍ଗଲ ପାହାଡ଼କୁ ମଧ୍ୟ ଛାଡ଼ି ହୋଟେଲ ରାସନ ଦୋକାନ, ଔଷଧ ଦୋକାନ, ଜଳଖିଆ, ଫାଷ୍ଟଫୁଡ ଦୋକାନ ଗୁଡିକରୁ ବାହାରୁଥିବା ପ୍ଲାଷ୍ଟିକ, ଅଇଁଠା ଥର୍ମାକୋଲ ପ୍ଲେଟ, ପଲିଥିନ ବ୍ୟବହାର ସିରିଞ୍ଜ, ସାଲାଇନ ବୋତଲ ଆଦି ଜଙ୍ଗଲରେ ଏଣେତେଣେ ପଡିଥିବା ଦେଖିବାକୁ ମିଳିଛି ।
ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ସଫେଇ କର୍ମଚାରୀ ନିୟୋଜିତ କରି ସଫେଇ କରୁଥିଲେ ମଧ୍ୟ ନିୟମିତ ଏହା କରାଯାଉ ନ ଥିବାରୁ ଦୈନିକ ଗାଡି ଗାଡି ଅଳିଆ ପ୍ଲାଷ୍ଟିକକୁ ନେଇ ଜଙ୍ଗଲରେ ଏଣେ ତେବେ ଫିଙ୍ଗିଦିଆଯାଉଛି, ଯାହାକୁ ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକ ନାକ ଟେକିବା ସହ ଉଦ୍ବେଗ ପ୍ରକାଶ କରୁଛନ୍ତି। ପର୍ଯ୍ୟଟକ ଦାରିଙ୍ଗବାଡିର ଫ୍ରେସ ବାୟୁ ଅମ୍ଳଜାନକୁ ଗ୍ରହଣ ପାଇଁ ଆସୁଥିବାବେଳେ ଏବେ ଦୂଷିତ ପରିବେଶ ଦେଖି ପର୍ଯ୍ୟଟକ ଦାରିଙ୍ଗବାଡିରୁ ମୁହଁ ଫେରେଇବାକୁ ପଛେଇନାହାନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ପରିବେଶକୁ ଦୂଷିତ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତେକ ବର୍ଷ ଇକୋ ରିଟ୍ରିଟ କରି ପର୍ଯ୍ୟଟକଙ୍କୁ ଏକ ସୁସ୍ଥ ବାତାବରଣ ମଧ୍ୟରେ ରଖିବା ବ୍ୟବସ୍ଥା କରୁଥିବାବେଳେ ଏବେ ଇକୋ ରିଟ୍ରିଟ ନିକଟ ୫୯ ନଂ ଜାତୀୟ ରାଜପଥ କଡ଼ ଜଙ୍ଗଲରେ କୁଢ଼ କୁଢ଼ ପ୍ଲାଷ୍ଟିକ ଏଣେ ତେଣେ ପଡିଥିବା ଦେଖି ପର୍ଯ୍ୟଟକଙ୍କ ମନରେ ବ୍ୟଥିତ କରୁଥିବା ଅଭିଯୋଗ ହେଉଛି।
Dharitri – Odisha’s No.1 Odia Daily

