ଦାରିଙ୍ଗବାଡିରେ ଚଳିତମାସର ପହିଲି ଶୀତ, ଖସିଲା ପାରଦ

ଦାରିଙ୍ଗବାଡି,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଚଳିତ ମାସର ଏହା ପ୍ରଥମ ଶୀତ ହୋଇଥିବାବେଳେ ତାପମାତ୍ରା ୧୨ଡିଗ୍ରୀରୁ ଖସି ଆସି ବୁଧବାର ସକାଳ ୮ଟା ସୁଦ୍ଧା ୯.୫ଡିଗ୍ରୀରେ ପହଞ୍ଚିଛି। ପାଗ ମେଘୁଆ ଥିବାରୁ ଗତ କିଛି ଦିନ ହେଲା ଶୀତ ପଡିବାରେ ବିଳମ୍ବ ଦେଖାଯାଇଥିଲା। ମଙ୍ଗଳବାର ଅପରାହ୍ନରୁ ଆକାଶ ମେଘାଚ୍ଛନ ରହିବା ସହ ଶୀତ ବଢିବାରେ ଲାଗିଥିଲା। ସେହିପରି ସୁଲୁସୁଲିଆ ପବନ ଯୋଗୁ ଶୀତର ପ୍ରକୋପ ଦ୍ବିଗୁଣିତ ହୋଇଛି। ଶୀତର ମଜା ନେବାକୁ ଦାରିଙ୍ଗବାଡିକୁ ପର୍ଯ୍ୟଟକ ଆସୁଛନ୍ତି ଏବଂ ରାତ୍ରୀଯାପନ କରିଥିବା ପର୍ଯ୍ୟଟକ ବୁଧବାର ପାହାନ୍ତିଆ ସମୟରେ ଶୀତର ମଜା ଭରପୁର ନେଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଦାରିଙ୍ଗବାଡିକୁ ଶୀତ ବିଳମ୍ବରେ ପହଞ୍ଚିଥିବାବେଳେ ନଭେମ୍ବର ମାସରେ ଗୋଟିଏ ଦିନ ମାତ୍ର ତାପମାତ୍ରାରେ ହ୍ରାସ ପାଇ ୨୦ ଡିଗ୍ରୀ ତଳକୁ ପାରଦ ଖସିଥିଲା ପରବର୍ତ୍ତୀ ସମୟରେ ପୁଣି ପାରଦ ଚଢି ୧୨ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା। ସକାଳୁ କୁହୁଡି ଅବ୍ୟାହତ ରହିଥିଲେ ମଧ୍ୟ ସମସ୍ତ ଅଞ୍ଚଳରେ କୁହୁଡି ହୋଇନଥିବା ଜଣାପଡିଛି।