Categories: କନ୍ଧମାଳ

ଦାରିଙ୍ଗବାଡ଼ିରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

ଦାରିଙ୍ଗବାଡି,୨୯ା୧୨(ଡି.ଏନ୍‌.ଏ.)- ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଜଣେ ପଶ୍ଚିମବଙ୍ଗର ମହିଳା ପର୍ଯ୍ୟଟକଙ୍କ ଶୁକ୍ରବାର ପାହାନ୍ତାରେ ମୃତ୍ୟୁ ହୋଇଛି। ସେ ହେଲେ ବାସୁନଗର ଅଞ୍ଚଳର ରୀନା ଘୋଷ (୬୦) ବୋଲି ଚିକିତ୍ସା କରୁଥିବା ଡାକ୍ତର ସୁମନ୍ତ କୁମାର ପଣ୍ଡା କହିଛନ୍ତି। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ପଣ୍ଡା କହିଛନ୍ତି। ହେଲେ ଏନେଇ ଦାରିଙ୍ଗବାଡି ଅଞ୍ଚଳରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ପ୍ରକାଶ ଯେ, ମୃତ ରୀନା ପରିବାର ସହ ଦାରିଙ୍ଗବାଡି ବୁଲିବାକୁ ଆସି ଏକ ହୋଟେଲରେ ରହୁଥିଲେ। ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।