ଦାରିଙ୍ଗବାଡ଼ିରେ ଭାରତ ବନ୍ଦର ପ୍ରଭାବ

ଦାରିଙ୍ଗବାଡ଼ି,୨୭ା୯(ଡି.ଏନ୍‌.ଏ.): କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଖିଳଭାରତ କଂଗ୍ରେସ କମିଟି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ପିକେଟିଂ କରି ବନ୍ଦରେ ସମର୍ଥନ ଜଣାଇବାକୁ ବଣିକ ସଂଘ ସମେତ ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ନିବେଦନ କରାଯାଇଛି। ଦଳର କର୍ମୀମାନେ ସକାଳୁ ଦାରିଙ୍ଗବାଡ଼ି ଚାରିଛକରେ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ। ସେମାନଙ୍କ ଦାବି ହେଲା ଯେ ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦୀର୍ଘ ୯ମାସ ଧରି କୃଷକ ସଂଗଠନ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ସରକାର ନୀରବ ରହିଥିବା ଦଳ ଅଭିଯୋଗ କରିଛି। ଆନ୍ଦୋଳନରେ ତିଆଡ଼ି ନାୟକଙ୍କ ସମେତ ସନ୍ତୋଷ ଦିଗାଳ, ପ୍ରଭଞ୍ଜନ ନାୟକ,ଶ୍ରାନିକେତା ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁନସ ପ୍ରଧାନ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଆଇନଶୃଙ୍ଖଳା ତଦାରଖ କରିଛନ୍ତି।