Categories: ଫୁରସତ

ଦାମ୍ପତ୍ୟ ଜୀବନକୁ ଅଧିକ ରୋମାଣ୍ଟିକ୍‌ କରିବା ପାଇଁ…

ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଭଲ ପାଇବା ଅତି ଗୁରୁତ୍ୱପୂର୍ଣ୍ଣ। ଦାମ୍ପତ୍ୟ ଜୀବନକୁ ଏହା ରୋମାଣ୍ଟିକ୍‌ କରେ। ଏହା ବିନା ଦାମ୍ପତ୍ୟ ଜୀବନ ରଙ୍ଗହୀନ ମନେ ହୋଇଥାଏ । ସାଧାରଣତଃ ଦେଖାଯାଏ ବିବାହର କିଛି ବର୍ଷ ପରେ ଦାମ୍ପତ୍ୟ ଜୀବନରେ ଭଲ ପାଇବା ବିଭିନ୍ନ କାରଣ ଯୋଗୁ ଫିକା ପଡିଯିବା ପରି ମନେ ହୁଏ। ତେବେ କେତେକ ଉପାୟ ଗ୍ରହଣ କଲେ ଦାମ୍ପତ୍ୟ ଜୀବନ ଅଧିକ ରୋମାଣ୍ଟିକ ହୋଇ ପାରିଥାଏ। ଅତି ଛୋଟରୁ ଛୋଟ କଥା ଖୁସି ଓ ଦୁଃଖର କାରଣ ପାଲଟିଯାଇପାରେ । ଛୋଟ ଛୋଟ କଥାର ମଧ୍ୟ ଦାମ୍ପତ୍ୟ ଜୀବନରେ ଗୁରୁତ୍ୱ ରହିଥାଏ । କାର୍ଯ୍ୟାଳୟରେ ବ୍ୟସ୍ତତା ମଧ୍ୟରେ ସମୟ ମିଳିଲେ ପାର୍ଟନରଙ୍କ ସହିତ ଅଳ୍ପ କଥା ହୁଅନ୍ତୁ। ଏହାଦ୍ୱାରା ପରସ୍ପର ମଧ୍ୟରେ ଅନ୍ତରଙ୍ଗତା ବୃଦ୍ଧି ପାଇବ । ସମୟ ମିଳିଲେ ପାର୍ଟନରଙ୍କ ସହିତ ଦୂର ଯାଗାକୁ ଡ୍ରାଇଭ୍‌ରେ ଯାଆନ୍ତୁ। ଏହାଛଡ଼ା ସାଙ୍ଗ ହୋଇ ଫିଲ୍ମ କିମ୍ବା କୌଣସି ସ୍ଥାନକୁ ବୁଲି ଗଲେ ଅନ୍ତରଙ୍ଗତା ବଢ଼ିଥାଏ। ସେହିପରି ରାତିଭୋଜନ ସାଙ୍ଗହୋଇ କଲେ ନିବିଡ଼ତା ବଢ଼େ। ଦାମ୍ପତ୍ୟ ଜୀବନରେ ସରସତା ଭରିବା ପାଇଁ ପାର୍ଟନରଙ୍କ ସହିତ ମଜାଳିଆ କଥା ହେଲେ ଫିକା ପଡୁଥିବା ସମ୍ପର୍କ ପୁଣି ରୋମାଣ୍ଟିକ୍‌ ହୋଇଥାଏ।

Share