ଦାବି ପୂରଣ ନେଇ ଗୋଆଲଡ଼ିହି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରାଇସୁଆଁ,୨୨।୧(ଡି.ଏନ୍‌.ଏ.): ବିଭିନ୍ନ ସମସ୍ୟା ନେଇ କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋଆଲଡ଼ିହି ରେଲ୍‌ୱେ ସାଇଡିଂ ରାସ୍ତାକୁ ଶତାଧିକ ମହିଳା ପୁରୁଷ ବୁଧବାର ଅବରୋଧ କରିଛନ୍ତି। ରେଲ୍‌ୱେ ସାଇଡିଂ ନିର୍ମାଣ ଲାଗି ଭୂମି ଯୋଗାଇଥିବା ଗ୍ରାମବାସୀଙ୍କ ନିଯୁକ୍ତି, ବିଜୁଳି, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ନିର୍ମାଣ ଆଦି ଦାବି ରହିଥିଲା। ଏ ନେଇ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦୀର୍ଘଦିନ ଧରି ଦାବି ପୂରଣ ନ ହେବାରୁ ଏହି ଆନ୍ଦୋଳନ ହୋଇଥିବା ଜଣାପଡ଼ିଛି। ଅଞ୍ଚଳବାସୀ ରାସ୍ତା ରୋକିବା ସହ ରେଲୱେ ସାଇଡିଂ କାମକୁ ବନ୍ଦ କରିଦେଇଥିବା ସୂଚନା ମିଳିଛି। ଏହିସବୁ ମୌଳିକ ଅଧିକାର କମ୍ପାନୀ ପକ୍ଷରୁ ପୂରଣ କରା ନ ଗଲେ  ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।