ଦାନ୍ତ ବିନ୍ଧା କମ୍‌ କରେ ଏହି ପତ୍ର

ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍‌ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ ଦୂର କରିବାର କ୍ଷମତା ରଖିଛି। ଓସ୍ତ ପତ୍ରକୁ ବ୍ୟବହାର କରି ହାର୍ଟ ଆଟାକ ପରି ରୋଗ ଆଶଙ୍କା ଦୂର କରା ପାଇପାରିବେ। ଓସ୍ତ ଗଛର ୧୫ଟି ନରମ ପତ୍ରକୁ ଗୋଟେ ଗ୍ଲାସ୍‌ ପାଣିକୁ ସିଝାନ୍ତୁ। ଏବେ ଏହି ପାଣିକୁ କାଢି ଥଣ୍ତା ହେବାକୁ ଦିଅନ୍ତୁ। ଏବେ ସେହି ଓସ୍ତ ପତ୍ର ସିଝା ପାଣିକୁ ୩ ଘଣ୍ଟା ଅନ୍ତରରେ ପିଅନ୍ତୁ। ଏହାଦ୍ୱାରା ହାର୍ଟ ଆଟାକ୍‌ ଆଶଙ୍କା ଦୂର ହେବା ସହ ପେଟ ଯନ୍ତ୍ରଣା, ଥଣ୍ଡା ଏବଂ କାଶ, ଦାନ୍ତ ବିନ୍ଧିବା, ଗୋଡ ଫଟା ଦାନ୍ତ ଯନ୍ତ୍ରଣା ଆଦି ରୋଗ ଭଲ ହୋଇଥାଏ। ଓସ୍ତ ଗଛର ଛାଲକୁ ଗୁଣ୍ଡ କରି ତାକୁ ଗରମ ପାଣିରେ ପକାଇ କୁଳି କଲେ ଦାନ୍ତ ଯନ୍ତ୍ରଣାରୁ ଉପଶମ ମିଳେ। ଓସ୍ତ ପତ୍ରକୁ ଗୁଣ୍ଡ କରି ଫାଟୁଥିବା ଗୋ ଲଗାଇଲେ ଏହା ଭଲ ହୋଇଥାଏ। ଓସ୍ତ ପତ୍ରକୁ ବାଟି ସେଥିରେ ଗୁଡ ମିଶାଇ ଦିନରେ ୩-୪ଥର ଖାଇଲେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳେ।