ଦାଦାବଟି ଲାଗି ମାଡ଼ ମାରିବା ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଭବାନୀପାଟଣା,୨୯।୧୨(ଡି.ଏନ୍‌.ଏ.): କଳାହଣ୍ଡି ଜିଲା ଜୟପାଟଣା ଥାନା ବଡ଼କୁଟରୁ ଫାଣ୍ଡି ଅନ୍ତର୍ଗତ ବର୍ଚ୍ଛି ଛକ ନିକଟରେ ଦାଦାବଟି ଲାଗି ବିହାରୀ ଶ୍ରମିକଙ୍କୁ ସ୍ଥାନୀୟ ଯୁବକମାନେ ଗତ ୨୪ ତାରିଖ ରାତିରେ ଦଳଗତ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତ ମଧ୍ୟରୁ ଶନିବାର ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ଗୁରୁତର ଥିବାରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ବର୍ଚ୍ଛି ଗ୍ରାମର ଦୁଯେର୍‌ୟାଧନ ମାଝି, ମହେନ୍ଦ୍ର ମାଝି, କେଶରୀ ସୁନାନୀ ଏବଂ ଜିତୁ ରାଉତ। କେସ୍‌ ନଂ ୩୨୪/୧୯ ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଡକୁଟରୁ ଫାଣ୍ଡି ଅଧିକାରୀ କୃତ୍ତିବାସ ପୂଝାରୀ ସୂଚନା ଦେଇଛନ୍ତି।