ଦାଦନ ସମସ୍ୟାକୁ ରୋକିବ ଲୋକକଳା

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଲୋକକଳାର ସାହାଯ୍ୟ ନିଆଯିବ। ଲୋକକଳା ପରିବେଷଣ ମାଧ୍ୟମରେ ଲୋକଙ୍କୁ ଦାଦନ ସମସ୍ୟାର ଭୟାବହତା ଏବଂ ନକାରାତ୍ମକ ଦିଗ ସମ୍ପର୍କରେ ସଚେତନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଭଳି ୪ଟି ଜିଲାରେ ଏହି କାର୍ଯ୍ୟକ୍ରମ କରାଯିବ। ଜିଲାର ପ୍ରତ୍ୟେକ ଗ୍ରାମରେ ସ୍ଥାନୀୟ ଲୋକକଳା କଳାକାରମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ନାଟକ ମାଧ୍ୟମରେ ଦାଦନ ସମସ୍ୟା ରୋକିବା ଲାଗି ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିରେ ସମ୍ପୃକ୍ତ ଜିଲାର ବ୍ଲକ୍‌ କଳା ସଂସ୍କୃତି ସଂଘ (ବିକେଏସ୍‌ଏସ୍‌) ଏବଂ ଜିଲା କଳା ସଂସ୍କୃତି ସଂଘ (ଜେଡ୍‌କେଏସ୍‌ଏସ୍‌) ସାମିଲ ହେବେ। ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଶୁକ୍ରବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ପଞ୍ଚାୟତିରାଜ, ପାନୀୟଜଳ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୟୁନିସେଫ୍‌ ସହାୟତାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଆଭିମୁଖ୍ୟକରଣ ଓ ତିନିଦିନିଆ ତାଲିମ୍‌ କର୍ମଶାଳାକୁ ପଞ୍ଚାୟତିରାଜ ଓ ପାନୀୟଜଳ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଉଦ୍‌ଘାଟନ କରିଥିଲେ। ଦାଦନ ରୋକିବାକୁ କିଭଳି ଲୋକକଳାକୁ ବ୍ୟବହାର କରାଯିବ ଏବଂ କଳାକାରଙ୍କୁ ନିୟୋଜିତ କରାଯିବ ସେନେଇ ଏଥିରେ ଆଲୋଚନା ହୋଇଥିଲା।
ବିକେଏସ୍‌ଏସ୍‌ ଏବଂ ଜେଡ୍‌କେଏସ୍‌ଏସ୍‌ର ଉପସଭାପତି, ବିଶିଷ୍ଟ ଓ ବରିଷ୍ଠ ଗୁରୁ, ବଛା ବଛା କଳାକାରମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଜନାର ରୂପରେଖ ଓ ତା’ର ସଫଳ ରୂପାୟନ ଲାଗି ସମସ୍ତ ପ୍ରକାରର ତାଲିକା ପ୍ରସ୍ତୁତ କରାଯିବ। କେଉଁ କେଉଁ ସ୍ଥାନରେ, କେଉଁ ଦିନ କ’ଣ କ’ଣ କାର୍ଯ୍ୟକ୍ରମ ହେବ ଏବଂ କେଉଁ ଦଳ ଏହାକୁ ପରିବେଷଣ କରିବେ ତାହାର ସମ୍ପୂର୍ଣ୍ଣ ତାଲିକା କରାଯିବ। ଏହାପରେ ସ୍କ୍ରିପ୍ଟ ଲେଖାଯାଇ ଉକ୍ତ ଦଳଗୁଡ଼ିକୁ ଦିଆଯିବ। ସ୍କ୍ରିପ୍ଟ ଲେଖିବା ସମୟରେ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ନିୟମାବଳୀ ସମ୍ପର୍କରେ ଧ୍ୟାନ ଦେବାକୁ କୁହାଯାଇଛି। ସ୍କ୍ରିପ୍ଟ ସହ ଅଭ୍ୟାସ କରିବା ପରେ କଳାକାରମାନେ ଗଁା ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବେ। ଉକ୍ତ କର୍ମଶାଳା ଉଦ୍‌ଘାଟନ ଅବସରରେ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ଶାସନ ସଚିବ ମାନସ ରଞ୍ଜନ ଦେବତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ, ବିଭାଗୀୟ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri