ଦାଦନ ଶ୍ରମିକ ଚାଲାନ ବେଲେ ଚଢ଼ଉ: ଦୁଇ ଶ୍ରମିକ ଉଧାର, ୧୩ ବ୍ୟାଗ୍‌ ଜବତ

 

ଲାଠୋର, ୭ା୧(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ସୋମବାର ସଖାଲେ ଜୁନାଗଡ଼-ରାୟପୁର ପାସେଞ୍ଜର ଟ୍ରେନ୍‌ରେ ଦାଦନ ଶ୍ରମିକ ଚାଲନ ହେଉଥିବାର ଖବର ପାଇ ଖପ୍ରାଖୋଲ ଶ୍ରମ ନିରୀକ୍ଷକ ଚଢ଼ଉ କରିଥିଲେ। ହେଲେ ବିଭାଗୀୟ କରମ୍‌ଚାରୀ ଅଭାବ ଲାଗି ଦୁଇଝନ୍‌ ଶ୍ରମିକକୁଁ ଉଧାର କରବାର ସଂଗେ ୧୩ଟା ବ୍ୟାଗ୍‌ ଜବତ୍‌ କରି ଲାଠୋର ପୁଲିସକେ ଖବର ଦେଇଥିଲେ। ଘଟନା ଥଲ୍‌ରେ ଦୁଇଝନ୍‌ କନେଷ୍ଟବଲ ପୁହୁଁଚି ଉଧାର ହେଇଥିବାର ଦୁଇଝନ୍‌ ଦାଦନ ଶ୍ରମିକକୁଁ ଥାନାକେ ଆନି ପଚ୍‌ରାଉଚ୍‌ରା କରିଥିଲେ। ଉଧାର ଶ୍ରମିକ ଦୁଇଝନ୍‌କ ହେଉଛନ୍‌ କୋମନା ଥାନା ଜଡ଼ାମୁଣ୍ଡା ଗଁାର ଭଗବାନ ରାଉତ(୩୫) ଆର ଜନ୍ଦ୍ରାମୁଣ୍ଡା ଗଁାର ବ୍ରଜ ରାଉତ(୩୫) ବଲି ଜନାଯାଇଛେ। ହେଲେ ଇମାନକୁ ପଚ୍‌ରାଉଚ୍‌ରାବେଲେ ଚାଲାନକାରୀ ସରଦାରର ସଠିକ୍‌ ଖବର ନାଇଁ ମିଲିପାରି। ଏନ୍‌ତାଥି ଦୁଇ ଶ୍ରମିକ୍‌କୁଁ ତାକର ଘରମାନକୁ ପଠେଇ ଦିଆଯାଇଛେ। ଦୁଇ ଶ୍ରମିକ ଗଲାବେଲେ ଜବତ ୧୩ଟା ବ୍ୟାଗ୍‌ରୁ ୩ଟା ନେଇକରି ଯାଇଥିଲେ। ବାକି ୧୦ଟା ବ୍ୟାଗ୍‌କେ ଶ୍ରମ ନିରୀକ୍ଷକ ଲାଠୋର ଥାନା ଜିମାରେ ଦେଇଥିଲେ। ହେଲେ ଥାନା କତୁରପକ୍ଷ ଜବତ ବ୍ୟାଗ୍‌ର ଜିମା ନେବାକେ ମନା କରବାର ସଂଗେ କଣ୍ଟାବାଞ୍ଜି ଜିଆରପିକେ ଜିମା ଦେବାକେ କହିଥିଲେ। ଏନ୍‌ତାଥି ଶ୍ରମ ନିରୀକ୍ଷକ ସେ ବ୍ୟାଗ୍‌ ନିଜର ହେପାଜତରେ ନେଇ ଖପ୍ରାଖୋଲ ଶ୍ରମ ଅଫିସରେ ଜିମା ଦେଇଥିବାର କହିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ଶ୍ରମ ନିରୀକ୍ଷକ ସୁଧୀର କୁମାର ସାହୁକୁଁ ପଚ୍‌ରାଲାରୁ ଫିଦିନ ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ଶହ ଶହ ଦାଦନ ଶ୍ରମିକ ଚାଲାନ ହେଉଥିବାର ଇ ଚଢ଼ଉରୁ ଜନାପଡ଼ିଛେ। ହେଲେ ଆମର ପାସେ ଦରକାର ହିସାବେ କରମ୍‌ଚାରୀ ଥିଲେ ଆଏଜ୍‌ ଆହୁରି ଅନେକ ଶ୍ରମିକକୁଁ ଉଧାର କରାଯାଇ ପାରିଥାଏତା। ହେଲେ ଇ ବାବ୍‌ଦେ ଉପର ଅଧ୍‌କାରୀକଁର ସଂଗେ ଆଲୋଚନା କରି ଚଢ଼ଉ ଜୋରଦାର କରାଯିବା ଆର ବେଆଇନ୍‌ ଦାଦନ ଶ୍ରମିକ ଚାଲନକାରୀକଁର ଉପରେ କଡ଼ା ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।