ଦାଦନ ପରିବାରକୁ ଖାଦ୍ୟ ଯୋଗାଇଲେ ସ୍ବେଚ୍ଛାସେବୀ

ବଲାଙ୍ଗୀର ଅଫିସ, ୯ା୪- ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ବିଜାଖମନରେ ଥିବା ପ୍ରାୟ ୨୫ ପରିବାର ଭୋକ ଉପାସରେ ରହିଥିବା ଖବର ପାଇବା ପରେ ମାହେଶ୍ୱରୀ ସଙ୍ଗଠନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛ। ଏହି ୨୫ଟି ପରିବାରରୁ ଅଧିକାଂଶ ପରିବାରର ମୁରବୀ ରାଜ୍ୟ ବହାରକୁ ଦାଦନ ଖଟିବାକୁ ଯାଇ ସେଠାରେ ରହିଯାଇଛନ୍ତି । ସେମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ସରିଯାଇଥିବାବେଳେ ପ୍ରଶାସନ ପକ୍ଷରୁ ଏଯାଏଁ ସେମାନଙ୍କୁ ସହାୟତା ମିଳିନାହିଁ । ଏହି ଖବର ପାଇବା ପରେ ମାହେଶ୍ୱରୀ ସଙ୍ଗଠନ ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, ପ୍ରୀତୀଶ ସାହୁ, ବଣ୍ଟି ବେହେରା, ଉପଦେଷ୍ଟା ଦୀନେଶ ଶର୍ମା ଖାଦ୍ୟ ସାମଗ୍ରୀ ଧରି ବିଜାଖମନରେ ପହଞ୍ଚତ୍ ଗରିବ ଲୋକଙ୍କୁ ବଣ୍ଟନ କରିଥିଲେ।