ଦାଉ ସାଧ୍‌ଲା ବରଷା: ବାସହୀନ ହେଲେ ମା’ବାପ୍‌ ଛେଉଁଡ୍‌ କୁବେର

ଲାଠୋର, ୧୧ା୯ (ଡି.ଏନ୍‌.ଏ.): ଗଲା କେତେଦିନ ଧରି ହେଇଥିବାର ଲଘୁଚାପ ବରଷାରେ ବଲାଙ୍ଗୀର ଜିଲାରେ ବହୁତ୍‌ ଲୁକ୍‌କର କ୍ଷୟକ୍ଷତି ହେଇଛେ। ସେନ୍‌ତା ଜିଲାର ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ଆରଝନେ ଗରିବ୍‌କଁର ଘର ବରଷା ପାଏନ୍‌ରେ ଭାଂଗି ଯାଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଲାଠୋର ଗଁାର ତଲିପଡ଼ାରେ ସ୍ବର୍ଗତ ମଧୁସୂଦନ ଖର୍ସେଲ। ମାଏକିନା ପୁନେ, ଝି’ ଯଶୋବନ୍ତି ଆର ପୁଓ କୁବେରକୁଁ ନେଇ ତାକର ସୁଖର ସଁସାର ଥିଲା। ସଁପତି କହେଲେ ଏକ୍‌ରେ ଜମି ରହିଛେ। ଯେନ୍‌ ଏକ୍‌ରେ ଜମି ଅଛେ ସେଟା ବି ଚାଷ୍‌ବାସ କରବାର ବତ୍‌ରେ ନଁାଇଁନ। ସେଥିରଲାଗି ମଧୁସୂଦନ କୁଲିମଜୁରି କରବାର ସଂଗେ ଦାଦନ ଯାଇ କୁଟୁମ୍‌ ପୁଷୁଥିଲେ। ଅଭାବ ଅନାଟନ ଲାଗି ସେ ଜୀବନ୍‌ରେ ଭଲ ଘରଖଁଡ଼େ କରି ନାଇଁପାରି। ଆଏଜ୍‌କେ ୨୧ ବଛର ତଲେ ମଧୁସୂଦନ କୁଟୁମବସିଆ ଦାଦନ ଯାଇଥିଲେ। ସେଠାନେ ମାଏକିନା ପୁନି ନିଖୋଜ ହେଇଗଲେ, ତାକର ପତା ନାଇଁ ମିଲ୍‌ଲା। ମନ୍‌ଦୁଖ କରି ପରିବାର ଲୋକ ଗଁାକେ ଫିରିଥିଲେ। ଇ ଘଟନାର ବଛ୍‌ରେ ଉତାରୁ ମଧୁସୂଦନ ବି ଆରପାରକେ ଚାଲିଗଲେ। ଏନ୍‌ତାଥି ଦୁଇ ଭାଇବହେନ୍‌ ଅନାଥ ହେଇଗଲେ। ପଛେ କୁବେର ନିଜେ କୁଲିମଜୁରି, ଦାଦନ ଯାଇ ବହେନ୍‌କେ ବିହାଚୁରା କଲେ। ହେଲେ ଆଏଜତକ୍‌ କୁବେର ବି ଭଲ ଘରଖଁଡ଼େ ନାଇଁ କରିପାରି। ସେ ବାପ୍‌ ଅମଲୁଥିବାର ଦଦ୍‌ରା ଖପର ଘରେ ରହୁଛନ୍‌। ହେଲେ ଦିନାକେ ତଲେ ହେଇଥିବାର ଲଘୁଚାପ ବରଷା ତାହାକୁ ବାସହୀନ କରିଦେଇଛେ। ପୁରନାକାଲିଆ ଘରଟା ବରଷାଥି ଭାଂଗି ଯାଇଛେ। ଏହେଦେ କୁବେର ନିଜର ବଡ଼ବାପା ଘରେ ଆଶ୍‌ରେ ନେଇଛନ୍‌। କୁଲିମଜୁରି କରି ନିଜର ପେଟ୍‌ ପାଲୁଛନ୍‌। ଇଆଡ଼େ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି କୁବେର ଆବେଦନ କରି ନିରାଶ ହେଇଛନ୍‌। କୁବେର ଲାଠୋର ରାଜସ୍ବ ନିରୀକ୍ଷକଁର ଅଫିସରୁ ଘରଭଂଗା ସାହାଯ୍‌ ବାବ୍‌ଦେ ପଲିଥିନ୍‌ ଖଁଡ଼େ ପାଇଛନ୍‌। ଏତ୍‌କିରେ ବିଭାଗ ବି ତାର ଦାଇତିଅ ସାରିଦେଇଛେ। ଜିଲା ପରଶାସନ ଇ ମା’ବାପ୍‌ ଛେଉଁଡ଼ ଗରିବ୍‌ ଯୁବକ୍‌କେ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri