Categories: ଜାତୀୟ

ଦାଉଦ୍‌ ଇବ୍ରାହିମ୍‌ଙ୍କ ନିକଟତମ ସହଯୋଗୀ ଇଜାଜ୍‌ ଲକଡ଼ଓ୍ବାଲା ପୋଲିସ ହେପାଜତରେ

ପାଟନା, ୯।୧: ଦାଉଦ୍‌ ଇବ୍ରାହିମ୍‌ଙ୍କ ନିକଟତମ ସହଯୋଗୀ ଇଜାଜ୍‌ ଲକଡ଼ଓ୍ବାଲାଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ପୋଲିସ ଗିରଫ କରିଛି। ତାଙ୍କୁ ବିହାରର ପାଟନାଠାରୁ ଗିରଫ କରାଯିବା ପରେ ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୩ରେ ବ୍ୟାଙ୍କକ୍‌ରେ ଇଜାଜ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ଗୁଜବ ଉଠିଥିଲା। ମାତ୍ର ଇଜାଜ୍‌ ସେଠାରୁ କାନାଡ଼ା ଚାଲିଯାଇଥିବା ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।

Share