ଦଶହରା ପାଇଁ ବିଭିନ୍ନ ପୂଜା କମିଟିର ମାଟି ଅନୁକୂଳ

ଭୁବନେଶ୍ୱର, ୨୪।୮(ବ୍ୟୁରୋ)/କଟକ ରୋଡ,(ଡି.ଏନ୍‌.ଏ.): ଆଗକୁ ମା’ଙ୍କ ପୂଜା। ବିରାଜିବେ ଜଗତଜନନୀ ମା’ ଦୁର୍ଗା। ଯେଉଁଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପ। ତେଣୁ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ଆରମ୍ଭ ହୋଇଛି। ଏଥିସହ ହାଉସିଂବୋର୍ଡ ଦୁର୍ଗା ପୂଜା ସମିତି, ଡୁମୁଡୁମା ଦୁର୍ଗା ପୂଜା ସମିତି, ଗଜପତି ନଗର ଦୁର୍ଗାପୂଜା ସମିତି, ରୁଚିକା ବଜାର ଦୁର୍ଗାପୂଜା ସମିତି, ଜୟଦେବ ବିହାର ଦୁର୍ଗାପୂଜା ସମିତି ଓ କଳାରାହାଙ୍ଗ ଦୁର୍ଗାପୂଜା ସମିତି ପକ୍ଷରୁ ମାଟି ଅନୁକୂଳ କାର୍ଯ୍ୟ ଶେଷ ହୋଇଛି।
ନୟାପଲ୍ଲୀ ଦୁର୍ଗାପୂଜା ସମିତି
ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ୩୨ତମ ଶାରଦୀୟ ପୂଜା ପାଇଁ ଶୁଭ ଶଙ୍ଖ ବାଜିଛି। ବିଧି ମୁତାବକ, କୁଆଖାଇ ନଦୀ ଘାଟରୁ ପଟୁଆର ମଧ୍ୟରେ ପାଲିଙ୍କିରେ ମାଟି ଅଣାଯାଇଛି। ମହାମାୟା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ଆସିଥିବା ମାଟିକୁ ସହରର ବିଭିନ୍ନ ଦେବ ପୀଠ ପରିକ୍ରମା କରାଯାଇଥିଲା। ପରେ ଆସିଥିବା ମାଟିକୁ ପୂଜା ମଣ୍ଡପରେ ବିଧି ମତେ ପୂଜାର୍ଚ୍ଚନା ସହ ସ୍ଥାପନା କରାଯାଇଥିଲା। ଏ ନେଇ ସମିତିର ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି, ପୌରାଣିକ ରୀତିରେ ଆମେ ଏହି ମହାପାର୍ବଣର ପର୍ବକୁ ପାଳନ କରିଛୁ। ଏବେଠୁ ସମିତିର ସମସ୍ତ ସଦସ୍ୟ ହାତରେ ସୂତା ବାନ୍ଧି ନିଷ୍ଠାରେ ରହି ମା’ଙ୍କ ଶାରଦୀୟ ପୂଜାକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ସଂକଳ୍ପ ନେଇଛୁ। ଏହି ଅବସରରେ ସମିତିର ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ, ଚିତ୍ରସେନ ବେହେରା, ସୁଶାନ୍ତ କୁମାର ଦାଶ, ଜେ.ପି ଦାସଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ପାଇକରାପୁର ଦୁର୍ଗାପୂଜା କମିଟି
ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ପାଇକରାପୁର ସାର୍ବଜୀନନ ଦୁର୍ଗପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି। କୁଆଖାଇ ନଦୀପୀଠରେ ବ୍ରାହ୍ମଣଙ୍କ ମନ୍ତ୍ରପାଠ ସାଙ୍ଗକୁ ହୋମ କାର୍ଯ୍ୟ ସମ୍ପାଦନ ପରେ ମାଟି ଅଣାଯାଇଥିଲା। ଉଲ୍ଲେଖଥାଉ କି, ପୁରାତନ ଦେବୀପୀଠ ତଥା ସବୁଜିମାମୟ ପାହାଡ଼, ଦେଉଳିଆ ପାହାଡ଼ ପାଦଦେଶରେ ପାଇକରାପୁର ଦୁର୍ଗାପୂଜା ଅନୁଷ୍ଠିତ ହୁଏ। ଏହିବର୍ଷ ସୁଉଚ୍ଚ ଐତିହାସିକ ଅଟ୍ଟାଳିକା ଓ ଆଲୋକମାଳାରେ ଶୋଭା ପାଇବେ ମା’ ଦୁର୍ଗତି ନାଶିନୀଙ୍କ ତୋରଣ। ଏଥର ଶବ୍ଦ ପ୍ରଦୂଷଣ ଓ ପ୍ଲାଷ୍ଟିକମୁକ୍ତ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତବର୍ଷ ଭିନ୍ନ ଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ଭଜନ, ପାଇକ ଆଖଡ଼ାର କାର୍ଯ୍ୟକ୍ରମ ଓ ପୁରାତନ ଲୋକନୃତ୍ୟକୁ ପ୍ରାଧାନ୍ୟ ଦିଆଯିବ। କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଶୋକ କୁମାର ପାଲାଟାସିଂହ, ସଭାପତି ସୌମ୍ୟକାନ୍ତ ପାଇକରା, ଲିପୁ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ ଓ ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।
ଶ୍ରୀ ଶ୍ରୀ ମହାବୀର ପୂଜା କମିଟି
ଦଶହରା ସମୟରେ ଭୁବନେଶ୍ୱରର ସମସ୍ତ ଜାଗାରେ ମା’ ଦୁର୍ଗା, ହରପାର୍ବତୀ ପୂଜା ପାଉଥିବା ବେଳେ ନୟାପଲ୍ଲୀ ୱାର୍ଡ ନଂ. ୩୯ରେ ଥିବା ନୂଆସାହିରେ ଚଳିତବର୍ଷକୁ ମିଶାଇ ୧୦ ବର୍ଷ ହେବ ଶୃଙ୍ଖଳାର ସହ ମହାବୀରଙ୍କ ପୂଜା କରାଯାଉଛି। ପରମ୍ପରା ରୀତି ନୀତି ଅନୁଯାୟୀ ଚଳିତବର୍ଷ ହେବାକୁ ଥିବା ପୂଜା ପାଇଁ ମହାବୀରଙ୍କ ମୂର୍ତ୍ତି ନିର୍ମାଣ ନିମନ୍ତେ ଜନ୍ମାଷ୍ଟମୀରେ କୁଆଖାଇ ନଦୀପଠାରୁ ଶ୍ରୀ ଶ୍ରୀ ମହାବୀର ପୂଜା କମିଟି, ନୂଆସାହି, ନୟାପଲ୍ଳୀ, ଭୁବନେଶ୍ୱର ପକ୍ଷରୁ ମାଟି ଅନୁକୂଳ କରାଯାଇଛି। ନୂଆସାହି ମହାବୀର ପୂଜା ମଣ୍ଡପରୁ କମିଟିର ସମସ୍ତ ସଦସ୍ୟ କୁଆଖାଇ ନଦୀପଠାରେ ପହଞ୍ଚତ୍ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରାଯାଇଥିଲା। ପରେ ଅନୁକୂଳ ମାଟିକୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ବାଟରେ ଥିବା ସମସ୍ତ ଦେବଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଶେଷରେ ନୂଆସାହିରେ ଥିବା ଆଖଣ୍ଡଳମଣୀ ମନ୍ଦିରରେ ମାଟିକୁ ରଖା ଯାଇଥିଲା। ମହାବୀରଙ୍କ ମୂର୍ତ୍ତି ନିର୍ମାଣ ହେବା ପର୍ଯ୍ୟନ୍ତ ଏହି ମାଟିକୁ ମନ୍ଦିରରେ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri