ଦଶନ୍ଧିର ସବୁଠାରୁ ସେକ୍ସି ପୁରୁଷ ହ୍ରିତିକ୍‌

ନୂଆଦିଲ୍ଲୀ: ବଲିଉଡ୍‌ ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ରୋଶନଙ୍କ ପାଇଁ ୨୦୧୯ ଅନେକ ସଫଳତା ଆଣିଦେଇଛି। ଫିଲ୍ମ ‘ସୁପର୍‌ ୩୦’ ଏବଂ ‘ଓ୍ବାର୍‌’ ବକ୍ସ-ଅଫିସ୍‌ରେ ସୁପର୍‌ହିଟ୍‌ ହେବା ପରେ ବର୍ଷ ଶେଷରେ ହ୍ରିତିକ୍‌ ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ମିଳିଲା ଆଉ ଏକ ଖୁସି ଖବର। ‘ସେକ୍ସିଏଷ୍ଟ ଏସିଆନ୍‌ ମେଲ୍‌ ଅଫ୍‌ ୨୦୧୯’ ଭାବେ ମନୋନୀତ ହୋଇଛନ୍ତି ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌। ବୁଧବାର ଲଣ୍ଡନରେ ଜାରି କରାଯାଇଥିବା ଏକ ଅନ୍‌ଲାଇନ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାର ତଥା ଦଶନ୍ଧିର ସବୁଠାରୁ ସେକ୍ସି ଏସିଆନ୍‌ ପୁରୁଷଭାବେ ହ୍ରିତିକ୍‌ଙ୍କୁ ଚୟନ କରାଯାଇଛି। ବ୍ରିଟିଶ୍‌ ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଟ ଆଏ’ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ସାରା ଦୁନିଆରୁ ପ୍ରଶଂସକଙ୍କ ଭୋଟ୍‌, ମତାମତ, ସୋସିଆଲ ମିଡିଆରେ ଚର୍ଚ୍ଚା ଓ ବର୍ଷ ତମାମ ରହିଥିବା ବ୍ୟକ୍ତିତ୍ୱର ପ୍ରଭାବକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ ହ୍ରିତିକ୍‌ଙ୍କୁ ଦୁଇ ଦୁଇଟି ସଫଳତା ମିଳିଛି। ସେ କେବଳ ୨୦୧୯ ମସିହା ଲାଗି ନୁହେଁ ବରଂ ଗତ ଦଶ ବର୍ଷ ସମୟକାଳ ପାଇଁ ଉଦ୍ଦିଷ୍ଟ ଏହି ସର୍ଭେରେ ଶୀର୍ଷ ରେକିଂ ହାସଲ କରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଦଶକର ସବୁଠାରୁ ସେକ୍ସି ପୁରୁଷ ଭାବେ ମାନ୍ୟତା ପାଇବା ପରେ ହ୍ରିତିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଯେଉଁମାନେ ମୋତେ ଯୋଗ୍ୟ ଭାବି ଭୋଟ ଦେଲେ, ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ତେବେ ମୁଁ କାହାର ଲୁକ୍‌ ଦେଖି ତାଙ୍କୁୁ ଜଜ୍‌ କରେନାହିଁ। ଏଣୁ ମୁଁ ନିଜ ଲୁକ୍‌ ଉପରେ ମଧ୍ୟ କେବେ ଧ୍ୟାନ ଦେଇନାହିଁ। କୌଣସି ମଣିଷର ଜୀବନର କାହାଣୀ, ଯାତ୍ରା ଏବଂ ଘଟଣାକୁ ଦେଖିବା ବା ବୁଝିବା ଶୈଳୀ ମୋତେ ଆକର୍ଷିତ କରିଥାଏ ବୋଲି ହ୍ରିତିକ୍‌ କହିଛନ୍ତି। ଅନ୍ୟପଟେ, ବଲିଉଡ୍‌ ଷ୍ଟାର୍‌ ଶାହୀଦ୍‌ କପୁର ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଟିଭି ଆକ୍ଟର ଭିଭିୟାନ୍‌ ଡି’ସେନା ତୃତୀୟ, ଆକ୍ସନ ହିରୋ ଟାଇଗର ଶ୍ରଫ୍‌ ଚତୁର୍ଥ ଏବଂ ବ୍ରିଟିଶ୍‌ ଏସିଆଇ ପପ୍‌ ଷ୍ଟାର୍‌ ଜାଇନ୍‌ ମଲିକ ସେକ୍ସିଏଷ୍ଟ ଏସିଆନ୍‌ ମେଲ୍‌ ଅଫ୍‌ ୨୦୧୯’ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri