Posted inଖେଳ

ଦଶନ୍ଧିର ଟେଷ୍ଟ ଦଳରେ କୋହଲିଙ୍କୁ ଅଧିନାୟକ ବାଛିଲେ ପଣ୍ଟିଂ

ମେଲବୋର୍ନ,୩୦।୧୨(ପି.ଟି)- ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦଶନ୍ଧିର ଟେଷ୍ଟ ଦଳ ଚୟନ କରିଛନ୍ତି। ତାଙ୍କର ଏହି ଦଳରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେତୃତ୍ୱ ପ୍ରଦାନ କରିଛନ୍ତି। ଏହି ଦଳରେ ୪ଜଣ ଇଂଲଣ୍ଡ କ୍ରିକେଟରଙ୍କୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି। ତେବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୧ ନମ୍ବର ସ୍ଥାନରେ ରହିଥିଲେ ମଧ୍ୟ କୋହଲିଙ୍କୁ ବାଦ୍‌ ଦେଲେ ସେ ଦଳରେ ଅନ୍ୟ କୌଣସି ଭାରତୀୟ ଖେଳାଳିଙ୍କୁ ନେଇ ନାହାନ୍ତି।
ଏହି ଦଳରେ ସାମିଲ ହୋଇଥିବା ଇଂଲଣ୍ଡ ଖେଳାଳିମାନେ ହେଲେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ବ୍ୟାଟ୍ସମ୍ୟାନ ଆଲିଷ୍ଟର କୁକ ଓ ଦୁଇ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ। ସେହିପରି ଅଷ୍ଟ୍ରେଲିଆ ଖେଳାଳିମାନଙ୍କ ମଧ୍ୟରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌, ଓପନର ଡେଭିଡ ଓ୍ବାର୍ନର ଓ ସ୍ପିନର ନାଥନ ଲିୟନଙ୍କୁ ସେ ଦଳରେ ସାମିଲ କରିଛନ୍ତି। ଏବେ ସମସ୍ତେ ଦଶନ୍ଧିର ଦଳ ଚୟନ କରୁଛନ୍ତି। ତେଣୁ ମୁଁ ବି ଏଥିରେ ସାମିଲ ହେବି ବୋଲି ପଣ୍ଟିଂ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଥାଉ କି, କୋହଲି ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ତେବେ ୭୧ଟି ଶତକ ହାସଲ କରି ପଣ୍ଟିଂ ଓ ୧୦୦ଟି ଅନ୍ତର୍ଜାତୀୟ ଶତକ ହାସଲ କରି ସଚିନ ତେନ୍ଦୁଲକର ତାଙ୍କ ଉପରକୁ ରହିଛନ୍ତି। କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କ ହାରାହାରି ରନ୍‌ ସଂଗ୍ରହ ୫୦ରୁ ଊର୍ଦ୍ଧ୍ୱ ରହିଛି। ସର୍ବାଧିକ ରନ୍‌ ସଂଗ୍ରହ ତାଲିକାରେ କୋହଲି ୨୧,୪୪୪ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛନ୍ତି। ସଚିନ ୩୪,୩୫୭ ଓ ପଣ୍ଟିଂ ୨୭,୪୮୩ ରନ ସଂଗ୍ରହ କରି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୧୯ରେ କୋହଲି ମଧ୍ୟ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ଆଇସିସି ଟେଷ୍ଟ ଓ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ କୋହଲି ୧ ନମ୍ବର ସ୍ଥାନରେ ରହିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ନିଉଜ୍‌ ଓ୍ବେବ୍‌ ସାଇଟ୍‌ରେ ପ୍ରକାଶିତ ହୋଇଥିବା ଦଶନ୍ଧିର ଟେଷ୍ଟ ଏକାଦଶରେ ମଧ୍ୟ କୋହଲିଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି।
ପଣ୍ଟିଂଙ୍କ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଡେଭିଡ ଓ୍ବାର୍ନର, ଆଲିଷ୍ଟର କୁକ, କେନ୍‌ ଓ୍ବିଲିୟମସନ, ଷ୍ଟିଭ୍‌ ସ୍ମିଥ୍‌, କୁମାର ସାଙ୍ଗକରା (ଉଇକେଟ କିପର), ବେନ୍‌ ଷ୍ଟୋକ୍ସ, ଡେଲ ଷ୍ଟେଇନ୍‌, ନାଥନ ଲିୟନ, ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri