Posted inଖେଳ

ଦଶନ୍ଧିର ଟେଷ୍ଟ ଦଳରେ କୋହଲିଙ୍କୁ ଅଧିନାୟକ ବାଛିଲେ ପଣ୍ଟିଂ

ମେଲବୋର୍ନ,୩୦।୧୨(ପି.ଟି)- ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦଶନ୍ଧିର ଟେଷ୍ଟ ଦଳ ଚୟନ କରିଛନ୍ତି। ତାଙ୍କର ଏହି ଦଳରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେତୃତ୍ୱ ପ୍ରଦାନ କରିଛନ୍ତି। ଏହି ଦଳରେ ୪ଜଣ ଇଂଲଣ୍ଡ କ୍ରିକେଟରଙ୍କୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି। ତେବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୧ ନମ୍ବର ସ୍ଥାନରେ ରହିଥିଲେ ମଧ୍ୟ କୋହଲିଙ୍କୁ ବାଦ୍‌ ଦେଲେ ସେ ଦଳରେ ଅନ୍ୟ କୌଣସି ଭାରତୀୟ ଖେଳାଳିଙ୍କୁ ନେଇ ନାହାନ୍ତି।
ଏହି ଦଳରେ ସାମିଲ ହୋଇଥିବା ଇଂଲଣ୍ଡ ଖେଳାଳିମାନେ ହେଲେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ବ୍ୟାଟ୍ସମ୍ୟାନ ଆଲିଷ୍ଟର କୁକ ଓ ଦୁଇ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ। ସେହିପରି ଅଷ୍ଟ୍ରେଲିଆ ଖେଳାଳିମାନଙ୍କ ମଧ୍ୟରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌, ଓପନର ଡେଭିଡ ଓ୍ବାର୍ନର ଓ ସ୍ପିନର ନାଥନ ଲିୟନଙ୍କୁ ସେ ଦଳରେ ସାମିଲ କରିଛନ୍ତି। ଏବେ ସମସ୍ତେ ଦଶନ୍ଧିର ଦଳ ଚୟନ କରୁଛନ୍ତି। ତେଣୁ ମୁଁ ବି ଏଥିରେ ସାମିଲ ହେବି ବୋଲି ପଣ୍ଟିଂ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଥାଉ କି, କୋହଲି ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ତେବେ ୭୧ଟି ଶତକ ହାସଲ କରି ପଣ୍ଟିଂ ଓ ୧୦୦ଟି ଅନ୍ତର୍ଜାତୀୟ ଶତକ ହାସଲ କରି ସଚିନ ତେନ୍ଦୁଲକର ତାଙ୍କ ଉପରକୁ ରହିଛନ୍ତି। କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କ ହାରାହାରି ରନ୍‌ ସଂଗ୍ରହ ୫୦ରୁ ଊର୍ଦ୍ଧ୍ୱ ରହିଛି। ସର୍ବାଧିକ ରନ୍‌ ସଂଗ୍ରହ ତାଲିକାରେ କୋହଲି ୨୧,୪୪୪ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛନ୍ତି। ସଚିନ ୩୪,୩୫୭ ଓ ପଣ୍ଟିଂ ୨୭,୪୮୩ ରନ ସଂଗ୍ରହ କରି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୧୯ରେ କୋହଲି ମଧ୍ୟ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ଆଇସିସି ଟେଷ୍ଟ ଓ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ କୋହଲି ୧ ନମ୍ବର ସ୍ଥାନରେ ରହିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ନିଉଜ୍‌ ଓ୍ବେବ୍‌ ସାଇଟ୍‌ରେ ପ୍ରକାଶିତ ହୋଇଥିବା ଦଶନ୍ଧିର ଟେଷ୍ଟ ଏକାଦଶରେ ମଧ୍ୟ କୋହଲିଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି।
ପଣ୍ଟିଂଙ୍କ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଡେଭିଡ ଓ୍ବାର୍ନର, ଆଲିଷ୍ଟର କୁକ, କେନ୍‌ ଓ୍ବିଲିୟମସନ, ଷ୍ଟିଭ୍‌ ସ୍ମିଥ୍‌, କୁମାର ସାଙ୍ଗକରା (ଉଇକେଟ କିପର), ବେନ୍‌ ଷ୍ଟୋକ୍ସ, ଡେଲ ଷ୍ଟେଇନ୍‌, ନାଥନ ଲିୟନ, ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri