ଦଳିତ ମହିଳାଙ୍କୁ ପୋଲିସ ଏସ୍‌ଆଇଙ୍କ ଅସଦାଚରଣ

ଭୁବନେଶ୍ୱର, ୪ା୮(ବ୍ୟୁରୋ): ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କଠାରୁ ଆରମ୍ଭ କରି ସିପି ପର୍ଯ୍ୟନ୍ତ ପୋଲିସ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେତେଜଣ ପୋଲିସ ଅଫିସର ଏହି ନିର୍ଦ୍ଦେଶକୁ ମାନୁ ନ ଥିବା ଜଣାପଡିଛି। ଥାନାକୁ କେହି ଅଭିଯୋଗ କରିବାକୁ ଗଲେ ତାଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି। ଯଦି କାହାକୁ ଫୋନ୍‌ କରି ଥାନାକୁ ଡାକୁଛନ୍ତି ସେ ଘରେ ନ ଥିଲେ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରଛନ୍ତି। ଏଭଳି ଏକ ଘଟଣା ଏୟାରଫିଲ୍ଡ ଥାନାରେ ଦେଖିବାକୁ ମିଳିଛି। ଏହି ଥାନାର ଜଣେ କାର୍ଯ୍ୟରତ ଏସ୍‌ଆଇ ଜଣେ ଦଳିତ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳା ଜଣଙ୍କ ଏହି ଥାନାରେ ଅଭିଯୋଗ କରିଥିଲେ। ହେଲେ ତାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ନ ଥିଲା। ନ୍ୟାୟ ପାଇଁ ମହିଳା ଜଣଙ୍କ ଡିସିପିଙ୍କ ନିକଟକୁ ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲେ। ଶେଷରେ ମହିଳା ଜଣଙ୍କ ଭୁବନେଶ୍ୱର କୋର୍ଟରେ ୧ ସିସିରେ କେସ୍‌ କରିଥିଲେ। କୋର୍ଟ ମାମଲା ରୁଜୁ କରି ଘଟଣା ତଦନ୍ତ କରିବା ପାଇଁ ଏୟାରଫିଲ୍ଡ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଥାନାରେ କେସ୍‌ ନଂ-୧୨୮/୧୯ ଦଫା ୩୪୧, ୩୨୩, ୨୯୪, ୩୫୪, ୩୫୪(ବି), ୫୦୬, ୫୦୯ ଲଗାଇବା ସହ ଇନ୍‌ଫରମେଶନ୍‌ ଟେକ୍‌ନୋଲୋଜି ଆକ୍ଟ ୬୭ ଓ ଅନୁସୂଚିତ ଜାତି ଓ ଜନଜାତି-୩(ଆଇ)(ଆର) ଓ ଏସ୍‌ଟିଏସ୍‌ସି ଆକ୍ଟ-୩(ଆଇ)(ଏସ୍‌), ଏସଟି/ଏସ୍‌ସି-୩(୨)(ଭିଏ) ଆଦି ଦଫା ଏସ୍‌ଆଇଙ୍କ ନାମରେ ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ ଜୋନ୍‌-୨ ଏସିପି ସୁବାସଚନ୍ଦ୍ର ପଣ୍ଡା କରୁଛନ୍ତି।
ଅଭିଯୋଗ ଅନୁଯାୟୀ, ଏୟାରଫିଲ୍ଡ ଥାନା ଅଞ୍ଚଳରେ ଦଳିତ ମହିଳାଙ୍କ ପରିବାର ରୁହନ୍ତି। ତାଙ୍କ ପୁଅଙ୍କ ନାମରେ ଥାନାରେ ମାମଲା ରହିଥିବା ପୋଲିସ ଏସ୍‌ଆଇ କହିଥଲେ। ୨୦୧୯ ଜୁନ୍‌ ୨୫ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପୋଲିସ ଏସ୍‌ଆଇ ମହିଳାଙ୍କ ଘର ନମ୍ବରକୁ ଫୋନ୍‌ କରିଥିଲେ। ଫୋନ୍‌ ଉଠାଇବା ପରେ ପୋଲିସ ଏସ୍‌ଆଇ ଉକ୍ତ ମହିଳାଙ୍କ ସ୍ବାମୀଙ୍କୁ ଖୋଜିିଥିଲେ। ସ୍ବାମୀ ନ ଥିବା କହି ମହିଳା ଜଣଙ୍କ ଫୋନ୍‌ କାଟି ଦେଇଥିଲେ। ଏହାପରେ ପୁଣି ଫୋନ୍‌ କରିବା ସହ ଜାତି ନେଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମହିଳା ଜଣଙ୍କ ଫୋନ୍‌ କାଟିଦେଇଥିଲେ ମଧ୍ୟ ସେ ବାରମ୍ବାର କଲ କରୁଥିଲେ। ପରେ ତାଙ୍କ ଝିଅ ଫୋନ୍‌ ଉଠାଇବାରୁ ଭାଇ ଘରେ ଥିବା ପଚାରିଥିଲେ। ମନା କରିବାରୁ ତାଙ୍କୁ ମଧ୍ୟ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତା ପରଦିନ ଅର୍ଥାତ ୨୬ ତାରିଖରେ ଏସ୍‌ଆଇ ଜଣଙ୍କ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ତାଙ୍କ ପୁଅ ଅଛି କି ନାହିଁ ପଚାରିବା ସହ ଜୋତା ପିନ୍ଧି ଠାକୁର ଘର ଭିତରେ ପଶିଥିଲେ। ଏହା ପରେ ଏସ୍‌ଆଇ ଜଣଙ୍କ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏପରି କି କେଉଁଠି ଯାଇ କହିବୁ ଯାଆ ବୋଲି କହି ଧମକାଇଥିଲେ। ଶେଷରେ ଥାନା ଓ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ କୋର୍ଟରେ ୧ ସିସି ନଂ-୧୯ରେ ଅଭିଯୋଗ କରିବା ପରେ କୋର୍ଟ ଏସ୍‌ଆଇଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ତଦନ୍ତ କରୁଥିବା ଜୋନ୍‌-୨ର ଏସିପି ପଣ୍ଡା କୁହନ୍ତି, ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ ସତ୍ୟତା ନାହିଁ। ତାଙ୍କ ପୁଅଙ୍କ ନାମରେ ମାମଲା ଥିବାରୁ ସେ ତାଙ୍କୁ ଖୋଜିବାକୁ ଯାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ଆଇଙ୍କ ନାମରେ ମାମଲା ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri