Categories: ଜାତୀୟ

ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ ଜଣେ ଦଳିତ ମହିଳାଙ୍କୁ ଜଗନ ମୋହନ ଗୃହ ବିଭାଗ ଦେଇଥିବାରୁ ତାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗୁ୍‌ଣ୍ଟୁର ଜିଲାର ସଂରକ୍ଷିତ ଆସନ ପ୍ରତିପାଦୁରୁ ବିଜୟ ଲାଭ କରିଥିବା ଆଇ ମେଖାଥୋଟି ସୁଚରିତା ରାଜ୍ୟର ନୂଆ ଗୃହମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅଲଗା ତେଲେଙ୍ଗାନା ପରେ ଏବେ ସୁଚରିତା ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା ଗୃହମନ୍ତ୍ରୀ। ସୂଚନାଯୋଗ୍ୟ, ଜଗନ ମୋହନଙ୍କ ପିତା ଓ୍ବାଏସ୍‌ ରାଜଶେଖର ରେଡ୍ଡି ମଧ୍ୟ ତାଙ୍କ ଶାସନ କାଳରେ ଜଣେ ମହିଳାଙ୍କୁ ଗୃହମନ୍ତ୍ରୀ କରିଥିଲେ। ରାଜଶେଖର ରେଡ୍ଡି ସେ ସମୟରେ ସବିତା ଇନ୍ଦ୍ରା ରେଡ୍ଡିଙ୍କୁ ଗୃହମନ୍ତ୍ରୀ କରିଥିବା ବେଳେ ସେ ଏବେ ଟିଆର୍‌ଏସ୍‌ର ବିଧାୟିକା ଅଛନ୍ତି।

Share