ଯାଜପୁର ଟାଉନ/ ଯାଜପୁରରୋଡ, ୪।୪ (ଡି.ଏନ୍.ଏ.): ୨୦୦୯ ମସିହା ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ବା ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଖଣି ଅଞ୍ଚଳର ଶ୍ରମିକ ନେତା ଓ ଖଣି ଅଧିକାରୀଙ୍କ ଆକ୍ରମଣ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣ ଅଭାବରୁ ଯାଜପୁର ରୋଡ୍ ଅତିରିକ୍ତ ଜିଲା ଦୌରାଜଜ୍ ଦେବଦତ୍ତ ଦାସ ମହାପାତ୍ର ୩ ଜଣ ଅଭିଯୁକ୍ତ ଶ୍ରମିକ ନେତା ନାରାୟଣଚନ୍ଦ୍ର ଧୀର, ଖଣି ଅଧିକାରୀ ରଞ୍ଜନ ପଟ୍ଟନାୟକ ଓ ନରହରି ମହାନ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ପ୍ରବୀର କୁମାର ରାୟ ପରିଚାଳନା କରିଥିଲେ।
କି, ୨୦୦୯ ନଭେମ୍ବର ୯ ତାରିଖରେ ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ କାଳିଆପାଣି ଖଣି ଅଞ୍ଚଳର କେତେଜଣ ଶ୍ରମିକ ନେତା ଓ ସମର୍ଥକ ଆକ୍ରମଣ କରିଥିଲେ। ଏ ନେଇ ସେ ତକତ୍ାଳୀନ ଏସ୍ପି, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦରଖାସ୍ତ ପ୍ରେରଣ କରିଥିଲେ। ଏହାର ତଦନ୍ତ ପାଇଁ ତତ୍କାଳୀନ ଏସ୍ପି କାଳିଆପାଣି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଖଣି ନିଗମ ପକ୍ଷରୁ ଅନୁଷ୍ଠିତ ଜନଶୁଣାଣି ସଭାରେ ନିଗମ ପକ୍ଷରୁ ବିକାଶ ମୂଳକ କାର୍ଯ୍ୟ କରା ନଯିବା ଓ ବହୁ ପରିମାଣର ପରିବେଶ ପ୍ରଦୂଷଣ ସମ୍ପର୍କରେ ଦଳିତ ନେତା ପାତ୍ର ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଶ୍ରମିକ ନେତା ନାରାୟଣଚନ୍ଦ୍ର ଧୀର, ଖଣି ଅଧିକାରୀ ରଞ୍ଜନ ପଟ୍ଟନାୟକ ଓ ନରହରି ମହାନ୍ତି ପ୍ରମୁଖ ତାଙ୍କୁ ଧମକ ଦେବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ। ସର୍ବସାଧାରଣରେ ମାଡ ମାରିବା ଓ ଜାତିକୁ ଆକ୍ଷେପ କରିଥିବା ନେଇ ପାତ୍ର ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଇବା ସହିତ ଶ୍ରମିକ ନେତା ସମ୍ରାଟ ଗୁପ୍ତା ଓ ଖଣି ନିଗମର ସାଧାରଣ ପରିଚାଳକଙ୍କ ନାମରେ ମଧ୍ୟ ଅଭିଯୋଗ କରିଥିଲେ। କଳିଙ୍ଗନଗର ଥାନା ଅଧିକାରୀ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ନଂ. ୫୧/୨୦୦୯ ଓ ହରିଜନ ଆଦିବାସୀ ନିର୍ଯାତନା ଆଇନ୍ ଅନୁଯାୟୀ ମାମଲା ରୁଜୁ କରିଥିଲେ।
ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…
ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…
ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର
ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…
ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…
ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍…
ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…
କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…
ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ
ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…
ଭବାନୀପାଟଣା ସହରରେ ଫୁଟିଲା ଗୁଳି
ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…
ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ
ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…
ଅସୀମାଙ୍କ ଗୀତରେ ମତୁଆଲା ଦର୍ଶକ
ଚଣ୍ଡିଖୋଲ,୧୮।୨(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ୍ ଅଧୀନ ଚଣ୍ଡିଖୋଲ ମହାବିନାୟକ ପୀଠରେ ୩ ଦିନ ଧରି ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ରାତିରେ ଉଦ୍ଯାପିତ ହୋଇଯାଇଛି। ସାଂସ୍କୃତିକ…
Archives

