ଦଳିତଙ୍କ ଉପରେ ଅତ୍ୟାଚାର: ନେତାଙ୍କୁ ଗିରଫ ଦାବିରେ ଧାମରା ମେରାଇନ ଥାନା ଘେରାଉ

ଚାନ୍ଦବାଲି,୧୧ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ପଞ୍ଚାୟତ ଜାଗୁଳା ଗ୍ରାମର ଜଣେ ପ୍ରଭାବଶାଳୀ ନେତା କେତେକ ଦଳିତଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏ ନେଇ ତାଙ୍କ ବିରୋଧରେ ଧାମରା ମେରାଇନ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ସମ୍ପୃକ୍ତ ନେତାଙ୍କୁ ଗିରଫ କରୁନାହିଁ। ତୁରନ୍ତ ତାଙ୍କୁ ଗିରଫ ଦାବିରେ ଜାତୀୟ ଦଳିତ ସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଧାମରା ମେରାଇନ ଥାନା ଘେରାଓ କରାଯାଇଛି। ଏ ନେଇ ପୂର୍ବରୁ ସଂଘ ପକ୍ଷରୁ ଜିଲା ଏସ୍‌ପି ଓ ଅନ୍ୟମାନଙ୍କୁ ଅବଗତ କରାଯାଇଥିଲା।