Categories: ଜାତୀୟ

ଦଳକୁ ହାରିବା ଦେଖି କଂଗ୍ରେସ ଜିଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ

ଭୋପାଳ,୨୩।୫: ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଏହାରି ଭିତରେ ମଧ୍ୟପ୍ରଦେଶରୁ ଦଳ ପାଇଁ ଏକ ଖରାପ ଖବର ଆସିଛି। ସିହୋରରେ ଏକ ମତଗଣନା କେନ୍ଦ୍ରରେ ଜିଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂହ ଠାକୁରଙ୍କୁ ହୃଦ୍‌ଘାତ ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ରତନ ସିଂହ ନିଜ ସାଥୀମାନଙ୍କ ସହ ମତଗଣନା କେନ୍ଦ୍ରରେ ଭୋଟ ଗଣତି ଦେଖିବାକୁ ପହଞ୍ଚିଥିଲେ। ହେଲେ ସେଠାରେ ଦଳର ଖରାପ ପଦର୍ଶନ ଦେଖି ସେ ହଠାତ୍‌ ତଳେ ପଡ଼ିଯାଇଥିଲେ। କଂଗ୍ରେସକୁ ହାରୁଥିବା ଦେଖି ସହି ନ ପାରିବାରୁ ତାଙ୍କୁ ହୃଦଘାତ ହୋଇଥିଲା ବୋଲି କୁହାଯାଉଛି। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share