ଦର ବୃଦ୍ଧି ସ୍ବୀକାର କଲେ ମନ୍ତ୍ରୀ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା (କୋଭିନ୍‌-୧୯) ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ କରାଯାଇଛି। ତେବେ ଏହି ଲକ୍‌ଡାଉନ୍‌ ସମୟରେ ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ। କିଛି ଗ୍ରୋସରୀ ଦୋକାନୀ ଦର ଅଧିକ ନେଉଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରଦାପ ସ୍ବାଇଁ ମଧ୍ୟ ଏ କଥା ସ୍ବୀକାର କରିଛନ୍ତି। ଏହାର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, କିଛି ଦୋକାନୀ ଅଧିକ ଦର ନେଉଥିବା ଆମେ ଜାଣିବାକୁ ପାଇଛୁ। ସେମାନଙ୍କ ଉପରେ ନଜର ରଖିବାକୁ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ବୁଲୁଛି। ଏଭଳି ସମୟରେ ମଣିଷ ପଣିଆ ଦେଖାଇବାକୁ ଦୋକାନୀଙ୍କୁ ଅପିଲ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି।