Posted inଫୁରସତ

ଦର୍ଶନୀୟସ୍ଥଳୀ: ପବିତ୍ର ତୀର୍ଥଭୂମି ପର୍‌ଭଣୀ

ମହାରାଷ୍ଟ୍ରସ୍ଥିତ ପର୍‌ଭଣୀ ହେଉଛି ଏମିତି ଏକ ସ୍ଥାନ, ଯେଉଁଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ଏଠାରେ ବର୍ଷସାରା ଭକ୍ତଗଣଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ…
ମହାରାଷ୍ଟ୍ରର ପର୍‌ଭଣୀ ଜିଲା ଅନ୍ତର୍ଗତ ଏକ ସହର ହେଉଛି ପର୍‌ଭଣୀ। ଏହା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ପ୍ରାୟ ୪୯୧ କି.ମି ଏବଂ ଔରଙ୍ଗାବାଦ୍‌ଠାରୁ ପ୍ରାୟ ୨୦୦ କି.ମି ଦୂରରେ ଅବସ୍ଥିତ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ଏଠାରେ ରହିଛି ଅନେକ ଆକର୍ଷଣୀୟ ଦର୍ଶନୀୟସ୍ଥଳୀ। ବିଶେଷକରି ବହୁ ଦେବଦେବୀ ମନ୍ଦିର ବି ଏଠାରେ ରହିଛି, ଯାହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।
ଇତିହାସ

ଇତିହାସ ପୃଷ୍ଠାରୁ ଯାହା ଜଣାଯାଏ, ପର୍‌ଭଣୀ ବହୁ ବର୍ଷ ଧରି ସୁଲତାନ୍‌, ମୋଗଲ ତଥା ନିଜାମମାନଙ୍କ ଶାସନାଧୀନ ରହିଥିଲା। ଆଉ ସେତେବେଳେ ଏହି ସ୍ଥାନର କୌଣସି ପ୍ରଗତି ହୋଇ ନ ଥିଲା। ହେଲେ ଯେତେବେଳେ ଏହା ମହାରାଷ୍ଟ୍ର ଅନ୍ତର୍ଭୁକ୍ତ ହେଲା, ଏହାର ଉନ୍ନତି ହେବାକୁ ଲାଗିଲା। ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ ତଥା ବ୍ୟବସାୟ କ୍ଷେତ୍ରରେ ବି ପର୍‌ଭଣୀର ଧୀରେ ଧୀରେ ନାଁ ହେବାକୁ ଲାଗିଲା।

ନାମକରଣକୁ ନେଇ ଚର୍ଚ୍ଚା
ଅନ୍ୟ ଏକ ସୂତ୍ରରୁ ଜଣାଯାଏ, ପର୍‌ଭଣୀ ପୂର୍ବେ ପ୍ରଭାବତୀ ନଗରୀ ନାମରେ ବେଶ୍‌ ପରିଚିତ ଥିଲା। କାରଣ ସେତେବେଳେ ଦେବୀ ପ୍ରଭାବତୀଙ୍କର ଅନେକ ମନ୍ଦିର ଏଠାରେ ଦେଖିବାକୁ ମିଳୁଥିଲା। ସ୍ଥାନୀୟ ଲୋକେ ଦେବୀ ପ୍ରଭାବତୀ କହିଲେ ମାତା ଲକ୍ଷ୍ମୀ ଓ ମାତା ପାର୍ବତୀଙ୍କୁ ହିଁ ବୁଝୁଥିଲେ। ତେବେ ସମୟକ୍ରମେ ପ୍ରଭାବତୀ ନଗରୀ ଅପଭ୍ରଂଶ ହୋଇ ଲୋକମୁଖରେ ପର୍‌ଭଣୀ ନାମରେ ପରିଚିତ ହେବାକୁ ଲାଗିଲା ବୋଲି ଶୁଣିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ପର୍‌ଭଣୀକୁ ବର୍ଷର ଯେକୌଣସି ସମୟରେ ବୁଲି ଯାଇହେବ। କାରଣ ବର୍ଷସାରା ବୁଲାବୁଲି କରିବା ପାଇଁ ଏଠାକାର ପାଣିପାଗ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ପର୍‌ଭଣୀ ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ଏଠାକାର ନିକଟତମ ରେଳଷ୍ଟେଶନ ହୋଇଥିବାବେଳେ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟବର୍ତ୍ତୀ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେମାନେ ସେଥିରେ ଯାଇ ଆରାମରେ ପରଭଣୀରେ ପହଞ୍ଚତ୍ପାରିବେ।

କ’ଣ ଦେଖିବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେଭରା ପର୍‌ଭଣୀରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟ ସ୍ଥାନ। ଖାସ୍‌ କରି ଏଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଯେମିତିକି: ଶ୍ରୀ ମୋଟା ମାରୁତି ମନ୍ଦିର, ଶ୍ରୀ ସୁପାରୀ ହନୁମାନ ମନ୍ଦିର, ଜବ୍ରେଶ୍ୱର, ଅଷ୍ଟଭୁଜ ମନ୍ଦିର, ପାରଦେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର, ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର, ନାଗରାଜ ମନ୍ଦିର, ମାତା ହିଙ୍ଗୁଳା ଅମ୍ବିକା ମନ୍ଦିର, ମୁଗଲେଶ୍ୱର ମନ୍ଦିର, ପିଙ୍ଗଳେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ। ଏସବୁ ବ୍ୟତୀତ ପର୍‌ଭଣୀର ଅନ୍ୟତମ ଆକର୍ଷଣ ହେଉଛି ତୁରବୁଲ ହକ୍‌ ଦର୍ଘା। ଏଠାରେ ପ୍ରତିବର୍ଷ ପାଳିତ ହେଉଥିବା ବାର୍ଷିକୋତ୍ସବ ଖୁବ୍‌ ମନମୁଗ୍ଧକର ହୋଇଥାଏ, ଯାହାକୁ ଦେଖିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏସବୁ ବ୍ୟତୀତ ପର୍‌ଭଣୀରେ ଅନେକ ଚର୍ଚ୍ଚ ବି ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri