ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି: ଇରଫାନ୍‌

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଆଇପିଏଲ୍‌ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବା ନେଇ ଯୋଜନା କରାଯାଉଛି। ତେବେ ଏଭଳି ମ୍ୟାଚ୍‌ ନେଇ ଭାରତୀୟ କ୍ରିକେଟର ଇରଫାନ୍‌ ପଠାନ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଇରଫାନ୍‌ କହିଛନ୍ତି ଯେ,ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି। କ୍ରିକେଟ ମ୍ୟାଚ୍‌ରେ ଦର୍ଶକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର କରୋନା ମହାମାରୀ ଯୋଗୁ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେଣୁ ଷ୍ଟାଡ଼ିୟମରେ ଦର୍ଶକଙ୍କ ବିନା ଖେଳ ଆୟୋଜନ କରାଯିବାକୁ ଯୋଜନା ହେଉଛି। ସୂଚନାଯୋଗ୍ୟ,ଆଇପିଏଲ୍‌ ମ୍ୟାଚ୍‌ ମାର୍ଚ୍ଚ ୨୯ରେ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ସଙ୍କଟ ଯୋଗୁ ଏହାର ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି।

Share