ଦର୍ପଦଳନ ରଥରେ ଫାଟ

ପୁରୀ, ୧୮ା୬(ଅଜିତ ମହାନ୍ତି) ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇଦିନ ବାକିଥିବାବେଳେ ଶନିବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଫାଟ ଦେଖିବାକୁ ମିଳିଛି। ରଥର ସାନଉଛୁଳା ଚକ ବା ପଛୁଆଣି ଚକର ଅଖରେ ଫାଟ ସୃଷ୍ଟି ହୋଇଛି। ଫଳରେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଅଖ ଫାଟ ମରାମତି ହେବ କି ଅଖ ପରିବର୍ତ୍ତନ କରାଯିବ ସେ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ଫାଟ ଥିବାବେଳେ ସେଥିରେ କ୍ଲାମ୍ପ ଦିଆଯାଇଥିଲା। ତେବେ ଫାଟ ଅଧିକ ଦିଶିଥିଲା। ତେଣୁ ରଥ ଗଡ଼ିବାରେ ସମସ୍ୟା ଉପୁଜିବା ନେଇ ଆଶଙ୍କା କରାଯାଉଛି। ତେଣୁ ଉକ୍ତ ଅଖ ବଦଳାଯିବାକୁ ଭକ୍ତଙ୍କ ପକ୍ଷରୁ ଦାବି ହେଉଛି।
ଅନ୍ୟପକ୍ଷରେ ଦର୍ପଦଳନ ରଥର ଏକ ଅଖରେ ଫାଟ ଥିବା ଜଣାପଡ଼ିିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଅପରାହ୍ନ ପ୍ରାୟ ୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଥ ନିର୍ମାଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ବରିଷ୍ଠ ଅଧିକାରୀ, ଜିଲାପାଳ, ପରିଚାଳନା କମିଟିର ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ସଦସ୍ୟ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ତିନିରଥର ମୁଖ୍ୟ ମହାରଣାଙ୍କ ସମେତ ଭୋଇ ସର୍ଦ୍ଦାର ଉପସ୍ଥିତ ଥିଲେ। ଦର୍ପଦଳନ ରଥ ଚକର ଅଖ ପରିବର୍ତ୍ତନ କିମ୍ବା ଏହାକୁ ମରାମତି କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପରେ ବିଶ୍ୱକର୍ମା ମହାରଣାମାନେ କହିଥିଲେ, କଣ୍ଟା ବାଡ଼େଇବା ବେଳେ କାଠ ଦବିଯାଇଛି। କିଛି ସମସ୍ୟା ହେବନାହିଁ। ସେହିପରି ଫାଟ ଗୁରୁତର ନୁହେଁ, ତେଣୁ କୌଣସି ସମସ୍ୟା ହେବନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ବୈଠକ ପରେ ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟିର ସଦସ୍ୟମାନେ ରଥ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। କମିଟିର ସଦସ୍ୟ ଏନ୍‌.ସି. ପାଲ୍‌ ସୂଚନା ଦେଇ କହିଥିଲେ ଯେ, ଚକ ଓ ଅଖ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କୌଣସି ବିପଦ ନାହିଁ। ରଥ ମଧ୍ୟ ସମ୍ପୂର୍ଣ୍ଣ ନିରାପଦ। ପୂର୍ବରୁ ଏକ ୟୁ କ୍ଲାମ୍ପ୍‌ ଲାଗିଥିଲା। ଏବେ ଆଉ ଏକ ୟୁ କ୍ଲାମ୍ପ୍‌ ଦିଆଯିବ। ସୃଷ୍ଟି ହୋଇଥିବା ଫାଟ ନଗଣ୍ୟ। ଯେଉଁ ଫାଟ ବୋଲି କୁହାଯାଉଛି ତାହା ଫାଟ ନୁହେଁ ବରଂ ସାମାନ୍ୟ କ୍ରାକ୍‌। କାଠ ଦୁର୍ବଳ ନୁହେଁ। ତେଣୁ କୌଣସି ସମସ୍ୟା ନାହିଁ। ରଥଟଣା ବେଳେ କୌଣସି ସମସ୍ୟା ଦେଖାଯିବ ନାହିଁ। କ୍ରାକ୍‌ଟି ତୁମ୍ବର ବହୁତ ଦୂରରେ ହୋଇଛି। ରଥର ପଛୁଆଣି ଚକରେ ଏକ କ୍ରାକ୍‌ ଦେଖାଯାଇଛି, ଯେଉଁଥିରେ କୌଣସି ସମସ୍ୟା ବା ଅସୁବିଧା ନାହିଁ ବୋଲି ପାଲ୍‌ ମତବ୍ୟକ୍ତ କରିଛନ୍ତି। ସେହିପରି ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର ସ୍ଥିତି ଅନୁଧ୍ୟାନ ପରେ କହିଛନ୍ତି, କଞ୍ଚା କାଠ ଓ ପ୍ରବଳ ଖରା ଯୋଗୁ ସାମାନ୍ୟ କ୍ରାକ୍‌ ହୋଇଛି। ଅଖରେ ଦେଖାଯାଇଥିବା କ୍ରାକ୍‌ ଯୋଗୁ କାୈଣସି ଅସୁବିଧା ନାହଁ। ଯେଉଁ ଯାଗାରେ କ୍ରାକ୍‌ ହୋଇଛି, ସେଠାରେ ଗୋଟିଏ କ୍ଲାମ୍ପ ଦିଆଯିବ। କାରଣ କ୍ରାକ୍‌ଟି ତୁମ୍ବର ବହୁତ ବାହାରେ ରହିଛି। ତେଣୁ ଅଖ ପରିବର୍ତ୍ତନର ଆବଶ୍ୟକତା ନାହିଁ। ସମସ୍ତ କମିିଟି ସଦସ୍ୟ ଦେଖିଛନ୍ତି ଯେ, କିଛି ସମସ୍ୟା ନାହିଁ। ସବୁ ଠିକ୍‌ ଅଛି। ରଥଯାତ୍ରା ସମୟରେ କାୈଣସି ସମସ୍ୟା ହେବନାହିଁ ବୋଲି ମହାପାତ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri